ମହାରାଷ୍ଟ୍ର: ଦୀର୍ଘ ଦିନରୁ ଚାପି ହୋଇ ରହିଥିଲା ଅସନ୍ତୋଷ; ବିଦ୍ରୋହ ପାଇଁ ଚୂଡ଼ାନ୍ତ ‌ଯୋଜନା ହୋଇଥିଲା ଥାନେର ୟେଊର୍‌ ପର୍ବତରେ

ଥାନେ: ସମ୍ପ୍ରତି ମହାରାଷ୍ଟ୍ରରେ ଉପୁଜି ଥିବା ରାଜନୈତିକ ବିଦ୍ରୋହ ଦୀର୍ଘ ଦିନରୁ ଅବଦମିତ ହୋଇ ରହିଥିବା ଅ‌ସନ୍ତୋଷର ପରିଣାମ ଏବଂ ବିଦ୍ରୋହ ନିମନ୍ତେ ଥାନେର ୟେଊର୍‌ ପର୍ବତମାଳାରେ ଯୋଜନା କରାଯାଇଥିଲା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ଅପରାହ୍ଣ ୪ଟା ବେଳେ ମହାରାଷ୍ଟ୍ର ବିଧାନ ପରିଷଦ୍‌ ନିମନ୍ତେ ଭୋଟ୍‌ ଗ୍ରହଣ ଶେଷ ହେବା ପରେ ଶିବସେନାର ଅଳ୍ପ କେତେଜଣ ବିଧାୟକଙ୍କୁ ଧରି ଥାନେର ୟେଊର୍‌ ପର୍ବତମାଳାକୁ ଯିବା ପାଇଁ ହଠାତ୍‌ ବିଧାୟକ ଏକନାଥ ସିନ୍ଦେ ଘୋଷଣା କଲେ। ସୁରତ ଯିବା ପୂର୍ବରୁ ପରବର୍ତ୍ତୀ ପ‌ଦକ୍ଷେପ କ’ଣ ହେବ ସେଠାରେ ହିଁ ସେମାନେ ଚୂଡ଼ାନ୍ତ କରିଥିଲେ ବୋଲି ସିନ୍ଦେଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି।

Image Courtesy of ANN

ସମ୍ପ୍ରତି ଗ‌ୌହାଟୀରେ ଥିବା ସିନ୍ଦେଙ୍କର ଉକ୍ତ ଘନିଷ୍ଠ ସହଯୋଗୀ କହିଛନ୍ତି, ଗୁରୁତ୍ବପୂର୍ଣ୍ଣ ରାଜ୍ୟସଭା ନିର୍ବାଚନ ଏବଂ ବିଧାନ ପରିଷଦ୍‌ ନିର୍ବାଚନରେ ସିନ୍ଦେଙ୍କୁ ଉପେକ୍ଷା କରାଯିବାରୁ ବିଧାୟକମାନେ ଅସନ୍ତୁଷ୍ଟ ହୋଇଥିଲେ। ବଜେଟ୍‌ର ବହୁଳାଂଶ କଂଗ୍ରେସ ଏବଂ ଏନ୍‌ସିପି ପାଉଥିବା ବ‌େଳେ ଶିବସେନା ନେତାମାନେ ନିର୍ଯାତିତ ହେଉଥିବା ଦେଖି ବିଦ୍ରୋହୀ ନେତାମାନେ ମନେ ମନେ ରାଗିଥିଲେ। ଅଳ୍ପ କେତେଜଣ ବିଧାୟକମାନଙ୍କ ସହିତ ଆସି ରାତ୍ରଭୋଜନ ସମୟରେ ସିନ୍ଦେ ଆଲୋଚନା କରିଥିଲେ। ସେମାନଙ୍କର ମତଭେଦ ବା ଅସନ୍ତୋଷ ବ୍ୟକ୍ତ ହେବା ଉଚିତ ବୋଲି ବିଚାରି ସେମାନେ ସୁରତ ଅଭିମୁଖେ ଚାଲିଯାଇଥିଲେ।

ଏହାପରେ ସେମାନେ ଉଦ୍ଧବଙ୍କ ଗୋଷ୍ଠୀରୁ ବିଚ୍ଛିନ୍ନ ହୋଇ ରାଜ୍ୟ ପାରି ହୋଇଯିବେ ବୋଲି ସ୍ଥିର କରି କେବଳ ସି‌ନ୍ଦେଙ୍କର ଅତି ବିଶ୍ବସ୍ତ କେତେକ ବିଧାୟକଙ୍କୁ ସୂଚନା ଦେଇଥିଲେ। ଏଥିସହ ରହଣି ପାଇଁ ଉତ୍ତମ ବନ୍ଦୋବସ୍ତ ଏବଂ ସେବାଯତ୍ନ ନିଆଯିବ ବୋଲି ବିଧାୟକମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର