ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ମାମଲା ମାତ୍ର ୬ ଦିନ ମଧ୍ୟରେ ଦ୍ବିଗୁଣିତ ହୋଇ ୧,୦୦୦ରୁ ୨,୦୦୦କୁ ବୃଦ୍ଧି ପାଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୫୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୩୪ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସୋମବାର ଦିନ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ସମୁଦାୟ ମୃତ୍ୟୁ ସଂଖ୍ୟା ୧୬୦ରେ ପହଞ୍ଚିଛି। ଏପ୍ରିଲ ୧୪ ମଧ୍ୟରାତ୍ରିରେ ଲକ୍ ଡାଉନ୍ ଅବଧି ସରିବାର ଥିଲେ ବି ମହାରାଷ୍ଟ୍ର ସରକାର ଗତକାଲିଠାରୁ ଲକ୍ଡାଉନ୍ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇଥିଲେ। ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଲକ୍ଡାଉନ୍ ଅବଧିକୁ ପୁଣି ମେ' ୩ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ମୁମ୍ବାଇ ସବୁଠୁ ଅଧିକ ପ୍ରଭାବିତ ହୋଇଛି। କେବଳ ସୋମବାର ଦିନ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୨ ରହିଛି। ତେବେ ମହାରାଷ୍ଟ୍ରରେ କରୋନା ମାମଲା ୧ରୁ ୧୦୦୦ରେ ପହଞ୍ଚିବାପାଇଁ ୩୦ ଦିନ ଲାଗିଥିଲା। ଏପ୍ରିଲ ୭ରେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଥିଲା। କିନ୍ତୁ ମାତ୍ର ୬ ଦିନ ମଧ୍ୟରେ ତଥା ଏପ୍ରିଲ ୭ରୁ ୧୩ ତାରିଖ ମଧ୍ୟରେ ଏହି ମାମଲା ଦ୍ବିଗୁଣିତ ହୋଇ ୧,୦୦୦ରୁ ୨,୦୦୦ ଅତିକ୍ରମ କରିଗଲା। କିନ୍ତୁ ମହାରାଷ୍ଟ୍ର ରାଜ୍ୟ ସ୍ବାସ୍ଥ୍ୟ କମିସନର ଅନୁପ କୁମାର ଯାଦବ କହିଛନ୍ତି, ଆମେ ଏବେ ବି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣରେ ରହିଛୁ। ଯାଦବଙ୍କ କହିବା ଅନୁଯାୟୀ ମହାରାଷ୍ଟ୍ରରେ ଦୈନିକ ହାରାହାରି ୩,୦୦୦ କରୋନା ଟେଷ୍ଟ୍ କରାଯାଇଛି। ସରକାରଙ୍କ ଦ୍ବାରା ଆଣ୍ଟିବଡି ଟେଷ୍ଟ କିଟ୍ ଆସିବାକୁ ତଥା ରୢାପିଡ୍ ଟେଷ୍ଟିଂ ଆରମ୍ଭ ହେବାକୁ ରାଜ୍ୟ ସରକାର ଅପେକ୍ଷା କରିନାହାନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ମୁମ୍ବାଇ, ପୁନେ ଏବଂ ସଂକ୍ରମଣର ମାତ୍ରା ଅଧିକ ଥିବା ସ୍ଥାନକୁ ଛାଡ଼ିଦେଲେ କମ୍ ସଂକ୍ରମଣ ଥିବା ଜିଲ୍ଲା ଗୁଡ଼ିକରେ ଶିଳ୍ପସଂସ୍ଥା ଖୋଲିବାପାଇଁ ବିଚାରବିମର୍ଶ କରିଥିବା ଜଣାପଡ଼ିଛି।
ମହାରାଷ୍ଟ୍ର: ୬ ଦିନରେ କରୋନା ମାମଲା ୧୦୦୦ରୁ ୨୦୦୦କୁ ବୃଦ୍ଧି
/sambad/media/post_attachments/wp-content/uploads/2020/04/Corona-Positive-VCU-News.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)