ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଶେଷ ହେବାକୁ ଆଜି ମାସେ ପୂରିଛି। କିନ୍ତୁ ଏଯାଏଁ ସରକାର ଗଠନର ବାଟ ଫିଟି ପାରୁନାହିଁ। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ୧୦ ଜନପଥସ୍ଥିତ ବାସଭବନରେ ଆଜି ସିଡବ୍ଲ୍ୟୁସିର ବୈଠକ ବସିଥିଲା। ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଶିବସେନା ଏବଂ ଏନ୍ସିପି ସହ ମିଶି ସରକାର ଗଠନ ପାଇଁ ସିଡବ୍ଲ୍ୟୁସି ଏକ ପ୍ରକାର ସବୁଜ ସଙ୍କେତ ଦେଇଛି। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ଶୁକ୍ରବାର ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଗତ ବୁଧବାର ଦିନ ଏନ୍ସିପି ସହିତ କଂଗ୍ରେସର ହୋଇଥିବା ଆଲୋଚନା ସମ୍ପର୍କରେ ସିଡବ୍ଲ୍ୟୁସିକୁ ଅବଗତ କରାଯାଇଛି। ତେବେ ଶିବସେନା ଏବଂ ଏନ୍ସିପି ସହିତ ସରକାର ଗଠନ ପାଇଁ ସିଡବ୍ଲ୍ୟୁସି ମୋଟାମୋଟି ଭାବେ ରାଜି ହୋଇଛି। କଂଗ୍ରେସ ଏବଂ ଏନ୍ସିପି ମଧ୍ୟରେ ଆଜି ଏକ ବୈଠକ ହୋଇଛି। ଶରଦ ପାୱାରଙ୍କ ଘରେ ଏହି ବୈଠକ ହୋଇଛି। ଏଥିରେ କଂଗ୍ରେସ ନେତାମାନେ ଯୋଗଦେଇଥିଲେ।
ମହାରାଷ୍ଟ୍ର ନିର୍ବାଚନକୁ ମାସେ ପୂରିଲା, ସରକାର ଗଠନ ବାଟ ଫିଟୁନି
୧୦ ଜନପଥରେ ସିଡବ୍ଲ୍ୟୁସି ବୈଠକ, ଚୂଡ଼ାନ୍ତ ନିଷ୍ପତ୍ତି ଆଜି
/sambad/media/post_attachments/wp-content/uploads/2019/11/images-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)