ମହାରାଷ୍ଟ୍ର ବିଧାନସଭା ନିର୍ବାଚନ, ୨୪୦ ଆସନ ପାଇଁ କଂଗ୍ରେସ-ଏନ୍‌ସିପି ବୁଝାମଣା

ମୁମ୍ବାଇ: ମହାରାଷ୍ଟ୍ରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ-ଏନ୍‌ସିପି ମଧ୍ୟରେ ବୁଝାମଣା ଚୂଡ଼ାନ୍ତ ହୋଇଛି। ଉଭୟ ଦଳ ରାଜ୍ୟର ୨୮୮ ବିଧାନସଭା ଆସନରୁ ୨୪୦ ଆସନରେ ବୁଝାମଣା ଶେଷ କରିଥିବା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି। ତେବେ ମହାରାଷ୍ଟ୍ର ନବ ନିର୍ମାଣ ସେନା ସହିତ ଆସନ ବୁଝାମଣା ନେଇ ପାୱାର କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି। ନିର୍ବାଚନ ବର୍ଜନ କରିବାକୁ ଏମ୍‌ଏନ୍‌ଏସ୍‌ ଯୁକ୍ତି ଦର୍ଶାଉଥିବାରୁ ଆମେ ଏଥିରେ ସହମତ ନାହୁଁ ବୋଲି ପାୱାର କହିଛନ୍ତି।

ସମ୍ବନ୍ଧିତ ଖବର