ବିଜେପି – ଶିବସେନା ଆସନ ବୁଝାମଣା : ବିଜେପିକୁ ୧୫୦ଟି ଓ ଶିବସେନାକୁ ୧୨୪ ଆସନ

ମୁମ୍ବାଇ: ଆଜି ହେଉଛି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। ଆଜି ହିଁ ବିଜେପି ଓ ଶିବସେନା ମଧ୍ୟରେ ହୋଇଥିବା ଆସନ ବୁଝାମଣାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି। ଏଥର ଶିବସେନା ୧୨୪ଟି ଆସନରେ ଏବଂ ବିଜେପି ୧୫୦ଟି ଆସନରେ ନିର୍ବାଚନ ଲଢ଼ୁଛନ୍ତି। ଉଭୟ ଦଳ ମହାରାଷ୍ଟ୍ରରେ ଥିବା ଆରପିଆଇ, ଶିବ ସଂଗ୍ରାମୀ ଏବଂ ରୟତ କ୍ରାନ୍ତି ଭଳି ଛୋଟ ଦଳଗୁଡ଼ିକୁ ବି ସାଙ୍ଗରେ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏସବୁ ଦଳଗୁଡ଼ିକୁ ଅବଶିଷ୍ଟ ୧୪ଟି ଆସନ ଛଡ଼ାଯାଇଥିବା ଜଣାଯାଇଛି।

image source-ndtv

ଏହା ସହିତ ଶିବସେନା ଉପମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବକୁ ବି ସ୍ଵୀକାର କରିଥିବା କୁହାଯାଉଛି। ବିଜେପି – ଶିବସେନା ମେଣ୍ଟ କ୍ଷମତାସୀନ ହେଲେ ଏହି ପଦ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମିଳିବ ବୋଲି ସ୍ଥିର ହୋଇଛି।
ଏଭଳି ପ୍ରଥମ ଥରଲାଗି ହୋଇଛି ଯେ କୌଣସି ମେଣ୍ଟର ଆସନ ବୁଝାମଣା ନେଇ ପ୍ରଥମେ ବିଧିବଦ୍ଧଭାବେ ଘୋଷଣା କରା ନଯାଇ ଆଗେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର