ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ଆସନ ବୁଝାମଣା ଚୂଡ଼ାନ୍ତ କରିଛି। ଗତରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା।  ରାତି ୨ଟା ପର୍ଯ୍ୟନ୍ତ ଶାହଙ୍କ ବାସଭବନରେ ଚାଲିଥିବା ବୈଠକରେ ଏନ୍‌ଡିଏ ମେଣ୍ଟର ବରିଷ୍ଠ  ନେତାମାନେ ଯୋଗ ଦେଇଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ  ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏହି ବୈଠକରେ ଥିଲେ।  

Advertisment

ସୂଚନାନୁଯାୟୀ, ୨୪୦ଟି ଆସନରେ ପୂର୍ବରୁ ବୁଝାମଣା ଶେଷ ହୋଇଥିଲା। ବାକି ୪୮ଟି ଆସନ ଉପରେ ଏହି ବୈଠକରେ ବୁଝାମଣା ହୋଇଛି। ପ୍ରାୟ ୪ ଘଣ୍ଟାର ଆଲୋଚନା ପରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆସନ ବୁଝାମଣା ନେଇ ଔପଚାରିକ ଘୋଷଣା ହେବ। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ ତାରିଖରେ ଭୋଟ୍‌ ଗ୍ରହଣ ହେବ। ନଭେମ୍ବର ୨୩ ତାରିଖରେ ନିର୍ବାଚନ ଫଳ ଆସିବ।