ପୁଅ ଆଦିତ୍ୟଙ୍କୁ ଏତେ ଶୀଘ୍ର ମୁଖ୍ୟମନ୍ତ୍ରୀ ବା ଉପମୁଖ୍ୟମନ୍ତ୍ରୀଭାବେ ଦେଖିବାକୁ ଚାହାଁନ୍ତି ନାହିଁ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ଯୁବ ସଭାପତି ତଥା ବାଲ୍ ଠାକରେଙ୍କ ନାତି ଏବଂ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ମୁମ୍ବାଇର ୱର୍ଲିରୁ ଗତ ଗୁରୁବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିବାପରେ ଏକ ଟିପ୍ପଣୀ ଦେଇଥିଲେ, ଯାହା ଉପରେ ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଆଦିତ୍ୟ କହିଥିଲେ ଯେ ଖୁବ୍ ଶୀଘ୍ର ମହାରାଷ୍ଟ୍ର ଶିବସେନା ମୁଖ୍ୟମନ୍ତ୍ରୀ ପାଇବ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ୨୭ ବର୍ଷିୟ ବଡ଼ପୁଅ ହେଉଛନ୍ତି ଠାକରେ ପରିବାରର ପ୍ରଥମ ବ୍ୟକ୍ତି ଯିଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

image source-oneindia

ଏହାଉପରେ ନିଜର ପ୍ରତିକ୍ରିୟାରେ ଉଦ୍ଧବ ଠାକରେ କହିଛନ୍ତି ଯେ ତାଙ୍କ ପୁଅ ଆଦିତ୍ୟଙ୍କୁ ଏତେ ଶୀଘ୍ର ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବା ଉପମୁଖ୍ୟମନ୍ତ୍ରୀଭାବେ ଦେଖିବାକୁ ଚାହାଁନ୍ତି ନାହିଁ। ଏଥିଲାଗି ସେ ଆଦୌ ତରବର ନୁହନ୍ତି। କିନ୍ତୁ ବାଲ୍ ଠାକରେଙ୍କ କଥା ସତ ନ ହେବାଯାଏଁ ସେ ଶାନ୍ତିରେ ବସିପାରିବେ ନାହିଁ ବୋଲି କହିଛନ୍ତି ଉଦ୍ଧବ ଠାକରେ। ସୂଚନାଯୋଗ୍ୟ, ଶିବସେନାର ପ୍ରତିଷ୍ଠାତା ବାଲ୍ ଠାକରେ କହିଥିଲେ ଦିନେ ଜଣେ ଶିବସୈନିକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ।

ସମ୍ବନ୍ଧିତ ଖବର