ବନ୍ୟା ଓ ଭୁସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ମୁମ୍ବାଇ: ପ୍ରବଳ ବର୍ଷା ପରେ ବନ୍ୟା ଓ ଭୁସ୍ଖଳନ ହେତୁ ମହାରାଷ୍ଟ୍ରର ଅନେକ ଜିଲ୍ଲାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ବର୍ଷା ପ୍ରଭାବରେ ଏଯାବତ ୧୧୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ରାୟଗଡ଼ରେ ଅଧିକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ରେ ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଥିବା କୁହାଯାଉଛି। ତେବେ ପୁନେ ଓ କୋନକାନରେ ଗତ ତିନିଦିନ ହେବ ପ୍ରବଳ ବର୍ଷା ହେତୁ ଏବେ ବି ବନ୍ୟା ପରିସ୍ଥିତି ରହିଛି।

ଗତ ଶନିବାର ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ପ୍ରବଳ ବର୍ଷା ହେତୁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୁସ୍ଖଳନରେ ୯୯ଜଣ ଲୋକେ ନିଖୋଜ ହୋଇଯାଇଛନ୍ତି। ଏଯାବତ ୧ଲକ୍ଷ ୩୫ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ୭୮,୧୧୧ ଓ କୋଲହାପୁର ଜିଲ୍ଲାରେ ୪୦,୮୮୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି।

ସମ୍ବନ୍ଧିତ ଖବର