ମୁମ୍ବାଇ: ଆଜି ମହାରାଷ୍ଟ୍ର ଜଙ୍ଗଲ ମନ୍ତ୍ରୀ ସଞ୍ଜୟ ରାଠୋର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଟିକ୍ ଟକ୍ ଷ୍ଟାରଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିବା ଶିବସେନା ନେତା ସଞ୍ଜୟ ରାଠୋର ରବିବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଏହା ସହ ସେ ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Advertisment

ସେ କହିଛନ୍ତି ଯେ, ମୁଁ ମୋର ଇସ୍ତଫା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଇଛି। ବିରୋଧୀ ଯେପରି ଚେତାବନୀ ଦେଉଛନ୍ତି ଯେ ସେମାନେ ବିଧାନସଭା ଅଧିବେଶନ କରାଇ ଦେବେ ନାହିଁ, ମୁଁ ଏଥିରୁ ନିଜକୁ ଦୂରେଇ ରଖିଛି। ମୁଁ ଏକ ନ୍ୟାୟଯୁକ୍ତ ଅନୁସନ୍ଧାନ ଚାହୁଁଛି।

Sanjay Rathod timesnownews

ସୂଚନା ମୁତାବକ, ପୁଣେର ୨୨ବର୍ଷିୟା ଟିକ୍ ଟକ୍ ତାରକା ପୂଜା ଚୌହାନ ଏକ କୋଠାର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ପୂଜାଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ର ରାଜନୀତିରେ ଉତ୍ତେଜନା ଦେଖାଦେଇଥିଲା। କାରଣ ପୂଜାଙ୍କ ନାମ ମହାରାଷ୍ଟ୍ର ଜଙ୍ଗଲ ମନ୍ତ୍ରୀ ସଞ୍ଜୟ ରାଠୋରଙ୍କ ସହ ଯୋଡି ହୋଇଥିଲା। ପୂଜାଙ୍କ ଆତ୍ମହତ୍ୟା ମାମଲାରେ ସଞ୍ଜୟ ରାଠୋରଙ୍କ ନାଁ ଥିବାରୁ ରାଠୋରଙ୍କ ଇସ୍ତଫା ପାଇଁ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଚାପ ପକାଯାଇଥିଲା। କିଛି ଦିନ ଧରି ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପଢ଼ୁଥିବା ବେଳେ ଆଜି ଜଙ୍ଗଲ ମନ୍ତ୍ରୀ ସଞ୍ଜୟ ରାଠୋର ନିଜ ଆଡୁ ଇସ୍ତଫା ଦେଇଛନ୍ତି। ଏହା ସହ ଇସ୍ତଫା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।