ଶରଦ ପାଓ୍ଵାରଙ୍କ ନିବାସରେ ବୈଠକ ପରେ ପୃଥ୍ଵୀରାଜ ଚୌହାନ କହିଲେ- ରାଜ୍ୟରୁ ହଟାଇବେ ରାଷ୍ଟ୍ରପତି ଶାସନ
ନୂଆଦିଲ୍ଲୀ/ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ବିଗତ କିଛି ଦିନ ହେବ ଉଦ୍ୟମ କରୁଥିବା ଶିବସେନା, ଏନସିପି ଓ କଂଗ୍ରେସ ବୁଧବାର ଆଗକୁ ଅଗ୍ରସର ହୋଇଛନ୍ତି। ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ନିବାସରେ ବୈଠକ ପରେ କଂଗ୍ରେସ ନେତା ପୃଥ୍ଵୀରାଜ ଚୌହାନ କହିଛନ୍ତି, ରାଜ୍ୟରେ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି।
Nawab Malik: Congress-NCP together decided that we must give an alternate govt in Maharashtra. It is not possible without NCP-Congress-Shiv Sena coming together. We are trying our best to resolve all issues. We will provide alternate govt as soon as possible. https://t.co/51osLVVtDA pic.twitter.com/TXG0npr5nM
— ANI (@ANI) November 20, 2019
ସେ କହିଛନ୍ତି ଯେ, ଆମମାନଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ହଟାଇବାର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଏନସିପି ନେତା ନଓ୍ଵାବ ମଲିକ କହିଛନ୍ତି ରାଜ୍ୟରେ ଶିବସେନା, କଂଗ୍ରେସ ଓ ଏନସିପି ବ୍ୟତୀତ ସରକାର ଗଢ଼ାଯାଇ ପାରିବ ନାହିଁ। ଉଭୟ ନେତାଙ୍କ ବୟାନରୁ ଜଣାପଡୁଛି ଯେ, କଂଗ୍ରେସ ଶିବସେନା ସହିତ ମେଣ୍ଟକୁ ମଂଜୁରୀ ଦେଇଛି।
ପୃଥ୍ଵୀରାଜ ଚୌହାନ କହିଛନ୍ତି, ଏନସିପି ଓ କଂଗ୍ରେସ ମଦ୍ୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ହଟାଇବା ନେଇ ଆଲୋଚନା ହୋଇଛି। ସେ କହିଛନ୍ତି ଯେ ରାଜ୍ୟରେ କିଛି ଦିନ ହେବ ଅସ୍ଥିରତା ଦେଖାଯାଇଛି ଏବଂ ଏହି ସମସ୍ୟା ଦୂର ହେବା ପାଇଁ ଏକ ମଜବୁତ ସରକାର ଦରକାର ଅଛି।