ଦୀର୍ଘ ପ୍ରତୀକ୍ଷାର ଅନ୍ତ: ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ କରି ସରକାର ଗଠନ ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଲେ ଅନୁମତି

ନୂଆଦିଲ୍ଲୀ: ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଅବଶେଷର ଶିବସେନା ସହ ମେଣ୍ଟକରି ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ନିଜର ସହମତି ଜଣାଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଆଜି (ବୁଧବାର) ଅପରାହ୍ନରେ ଶିବସେନା ସହ ମେଣ୍ଟକରି ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ନିଜର ସହମତି ଜଣାଇବା ସହ ନିଜର ବିଧିବଦ୍ଧ ଅନୁମତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଦାନ କଲାପରେ ସନ୍ଧ୍ୟାରେ ନୂତନ ସରକାରର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ପାଇଁ ଶରଦ ପାୱାରଙ୍କ କନ୍ୟା ତଥା ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ନୂଆଦିଲ୍ଲୀର ୬ ଜନପଥରେ ଉଭୟ କଂଗ୍ରେସ ଓ ଏନ୍‌ସିପିର ବରିଷ୍ଠ ନେତାମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି।
ଏହି ବୈଠକରେ ମହାରାଷ୍ଟ୍ରରେ ଶିବସେନା- କଂଗ୍ରେସ- ଏନ୍‌ସିପି ମେଣ୍ଟ ସରକାରର ସବିନିମ୍ନ ସାଧାରଣ କାର୍ଯ୍ୟକ୍ରମ ଓ ନୂତନ ମନ୍ତ୍ରିମଣ୍ଡଳରେ କ୍ଷମତା ବଣ୍ଟନକୁ ନେଇ ସବିଶେଷ ଆଲୋଚନା କରାଯାଇ ନୂତନ ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର