ମୁମ୍ବାଇ: ଫିଲ୍ମ ମାଫିଆଙ୍କ ବିରୋଧରେ ଡ୍ରଗ୍ସ ନେଉଥିବା ନେଇ ଅଭିଯୋଗ ଆଣିଥିବା କଙ୍ଗନା ରାଣାୱତଙ୍କ ବିରୋଧରେ ଏବେ ଡ୍ରଗ୍ସ ନେଉଥିବା ଦାବିକୁ ନେଇ ତଦନ୍ତ କରାଯିବ। ମହାରାଷ୍ଟ୍ର ସରକାର ଏହି ଘଟଣାର ତଦନ୍ତ ଭାର ମୁମ୍ବାଇ ପୁଲିସକୁ ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୁଲିସ ମହାରାଷ୍ଟ୍ର ସରକାରଙ୍କଠାରୁ ଏକ ସରକାରୀ ଚିଠି ପାଇଛି। ତେବେ ଏହି ମାମଲାର ତଦନ୍ତ ଏସଆଇଟି କି ଆଣ୍ଟି ନାର୍କୋଟିକ୍ସ ସେଲ୍ କରିବ, ସେନେଇ ମୁମ୍ବାଇ ପୁଲିସ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ।
ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ କଙ୍ଗନା ରାଣାୱତ ଡ୍ରଗ୍ସ ନେଉଥିବା ଦାବି କରିଛନ୍ତି। କଙ୍ଗନାଙ୍କ ପୂର୍ବ ପ୍ରେମିକ ଅଧ୍ୟୟନ ସୁମନଙ୍କ ଏକ ପୁରୁଣା ସାକ୍ଷାତକାରକୁ ଆଧାର କରି ସେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସାକ୍ଷାତକାରରେ ଅଧ୍ୟୟନ ସୁମନ ଦାବି କରିଥିଲେ ଯେ, କଙ୍ଗନା କୋକେନ ନେବା ସହ ତାଙ୍କୁ ମଧ୍ୟ ଜୋରଜବରଦସ୍ତ ଡ୍ରଗ୍ସ ଦେଇଥିଲେ।
Times of Indiaମହାରାଷ୍ଟ୍ର ସରକାରଙ୍କ ଏଭଳି ଦାବି ଉପରେ କଙ୍ଗନା ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି - ଦୟାକରି ମୋର ଡ୍ରଗ୍ସ ପରୀକ୍ଷା କରନ୍ତୁ, ମୋର କଲ୍ ରେକର୍ଡ ଯାଞ୍ଚ କରନ୍ତୁ। ଯଦି ଆପଣ ଡ୍ରଗ୍ ବେପାରୀଙ୍କ ସହ ମୋର ସଂପର୍କ ଥିବା ଜାଣିବାକୁ ପାଆନ୍ତି, ତେବେ ମୁଁ ମୋର ଭୁଲ୍ ଗ୍ରହଣ କରିବି ଏବଂ ମୁମ୍ବାଇକୁ ସବୁଦିନ ପାଇଁ ଛାଡିଦେବି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/t-70.jpg)