ମହାରାଷ୍ଟ୍ରରେ ଦେଶର ସବୁଠୁ ଚଉଡ଼ା ସୁଡ଼ଙ୍ଗ ରାସ୍ତା

ଇଗତପୁରୀ: ଦେଶର ସବୁଠୁ ଚଉଡ଼ା ଏବଂ ଚତୁର୍ଥ ଦୀର୍ଘତମ ସୁଡ଼ଙ୍ଗ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ନାଶିକ ରାଜପଥର ଇଗତପୁରୀ ନିକଟସ୍ଥ କସରା‌ ଘାଟିରେ ଏହି ସୁଡ଼ଙ୍ଗ ନିର୍ମାଣ ହୋଇଛି। ୧୫୦ ‌ଇଂଜିନିୟରଙ୍କ ନେତୃତ୍ବରେ ପାଖାପାଖି ୧୫୦୦ ଶ୍ରମିକ ମାତ୍ର ୨ ବର୍ଷ ମଧ୍ୟରେ ଦେଶର ସବୁଠୁ ଚଉଡ଼ା ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ୧୭.୫ ମିଟର ବିଶିଷ୍ଟ ଏହି ଟ୍ବିନ୍ ସୁଡ଼ଙ୍ଗ ୭୦୦ କିମି ମୁମ୍ବାଇ-ନାଗପୁର ସୁପର୍‌ କମ୍ୟୁନିକେସନ୍‌ ଏକ୍ସପ୍ରେସ୍‌ୱେ କାର୍ଯ୍ୟ ତ୍ବରାନ୍ବିତ କରିବାରେ ସହଯୋଗ କରିବ। ମୁମ୍ବାଇ-ନାଗପୁର ମଧ୍ୟରେ ଯାତ୍ରା ସମୟକୁ ଏହା ୮-୯ ଘଣ୍ଟାକୁ କମାଇଦେବ। ବର୍ତ୍ତମାନ ଏଥିପାଇଁ ୧୪-୧୫ ଘଣ୍ଟା ଲାଗୁଛି। ତେବେ ଇତିହାସରେ କେବେ ବି ଏତେ ଚଉଡ଼ା ସୁଡ଼ଙ୍ଗ ସମ୍ଭବ ହୋଇନାହିଁ। ୮ କିମି ଲମ୍ବା ବିଶିଷ୍ଟ ଏହି ଚଉଡ଼ା ସୁଡ଼ଙ୍ଗ ମାତ୍ର ୨ ବର୍ଷରେ ନିର୍ମାଣ ହୋଇଛି। ସୁଡ଼ଙ୍ଗରେ ଡ୍ରାଇଭିଂ ସ୍ପିଡ୍‌ ଘଣ୍ଟ‌ା ପ୍ରତି ୧୨୦ କିମି ରହିଛି।

ସମ୍ବନ୍ଧିତ ଖବର