ତୃତୀୟ ଲହର ଆଣିବା ସହ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢାଇପାରେ ଡେଲଟା ପ୍ଲସ୍ ଭାରିଆଣ୍ଟ

ମୁମ୍ବାଇ: ଉପଯୁକ୍ତ ଆଚରଣ ଅନୁସରଣ ନକଲେ ନୋବେଲ କରୋନାଭାଇରସ ସମ୍ଭାବ୍ୟ ତୃତୀୟ ଲହରରେ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ଦ୍ୱିଗୁଣିତ କରିପାରେ। ଆଜି ଏନେଇ ମହାରାଷ୍ଟ୍ର କୋଭିଡ-୧୯ ଟାସ୍କଫୋର୍ସ ଏବଂ ଡାକ୍ତରୀ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି |

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୋଗ ଦେଇଥିବା ଏକ ବୈଠକରେ ଜଣେ ଅଧିକାରୀ କହିଛନ୍ତି ଯେ, “ଡେଲଟା ପ୍ଲସ୍ ଭାରିଆଣ୍ଟ ମହାରାଷ୍ଟ୍ରରେ ତୃତୀୟ ତରଙ୍ଗ ସୃଷ୍ଟି କରିପାରେ ଏବଂ ଏହି ଭାରିଆଣ୍ଟ ପାଇଁ ସଂକ୍ରମଣ ଦୁଇଗୁଣ ହାରରେ ବିସ୍ତାର ହୋଇପାରେ। ସକ୍ରିୟ ରୋଗୀଙ୍କ ସଂଖ୍ୟା ଆଠ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବା ସହ ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଶିଶୁ ହୋଇପାରନ୍ତି |”

Maharashtra health dept says 'Delta Plus' variant may trigger third Covid  wave in state - India News
IndiaToday

ଟାସ୍କଫୋର୍ସ ସଦସ୍ୟମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, “ଯଦି କୋଭିଡ -୧୯ ପ୍ରୋଟୋକଲଗୁଡିକ ପାଳନ ନହୁଏ ତେବେ ଦ୍ୱିତୀୟ ଲହରରୁ ବାହାରିବା ପୂର୍ବରୁ ମହାରାଷ୍ଟ୍ର ତୃତୀୟ ଲହରରେ ପ୍ରବେଶ କରିବ। ତୃତୀୟ ଲହରକୁ ରୋକିବା ପାଇଁ ସେରୋ-ସର୍ଭେ ଏବଂ ଟିକାକରଣକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ଏବଂ କରୋନା ପ୍ରୋଟୋକଲ ଓ ପ୍ରତିବନ୍ଧକକୁ କଡାକଡି ପାଳନ କରାଯିବା ଆବଶ୍ୟକ।”

ରାଜ୍ୟ କୋଭିଡ ଟାସ୍କଫୋର୍ସର ଚେତାବନୀ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ଦିନ ଗ୍ରାମାଞ୍ଚଳକୁ ଧ୍ୟାନରେ ରଖି ରାଜ୍ୟରେ ପର୍ଯ୍ୟାପ୍ତ ଔଷଧ ଏବଂ କରୋନା ଚିକିତ୍ସା ପାଇଁ ଦରକାର ପଡୁଥିବା ସମସ୍ତ ଜିନିଷ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର