ଚିକିତ୍ସାଧୀନ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର କଲା ଡାକ୍ତରଖାନା; ଘରେ ପହଞ୍ଚି ଆତ୍ମୀୟମାନେ ଦେଖିଲେ ସେ ଶବଟି ଆଉ କାହାର!

ସାଙ୍ଗଲି: ୫୦ ବର୍ଷିୟ ରୋଗୀଙ୍କର ମୃତ୍ୟୁ ହେବା କଥା ଜଣାଇ ମହାରାଷ୍ଟ୍ରର ଏକ ସରକାରୀ ଡାକ୍ତରଖାନା ଶବ ହସ୍ତାନ୍ତର କଲାବେଳେ ତାଙ୍କ ପରିବାର ଲୋକେ ଶୋକାତୁର ହୋଇ ଉଠିଥିଲେ।

ମୃତ ଅବିନାଶ ଦାଦାସାହେବ ବାଗଓ୍ଵାଡ଼େଙ୍କ ଶବ ଘରକୁ ଅଣାଯିବା ପରେ ଯାଇ ପରିବାର ଲୋକେ ଜାଣିଲେ ସେଇଟା ସେ ନୁହନ୍ତି।

ପ୍ରକୃତ ଅବିନାଶ ବାଗଓ୍ଵାଡ଼େ ଜୀବତ ଏବଂ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ଏ କଥା ପଚରା ଯିବାରୁ ଡାକ୍ତରଖାନାର ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଡାକ୍ତର ସୁବୋଧ ଉଗାନେ କହିଲେ କି, ଓଲଟପାଲଟ କାରଣ ସମ୍ପର୍କରେ ତଦନ୍ତ କରାଯିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆମେ ତଦନ୍ତ ରିପୋର୍ଟ ଦାଖଲ କରିବୁ। ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବ୍ୟବଚ୍ଛେଦ ପରେ ବାଗାଓ୍ଵାଡ଼େଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ଶବଟିକୁ ଚିହ୍ନିବାକୁ ଡାକ୍ତରଖାନା ମଧ୍ୟ ଥିଲା ଅସମର୍ଥ।
ଘଟଣାଟି ଘଟିଥିଲା ସଙ୍ଗଲି ସିଭିଲ୍‌ ହସ୍‌ପିଟାଲ୍‌ରେ, ଯେଉଁଠି ଲିଭର୍‌ ରୋଗ ଚିକିତ୍ସା ପାଇଁ ଶ୍ରୀ ବାଗାଓ୍ଵାଡ଼େଙ୍କୁ ଭର୍ତ୍ତି କରାଯାଇଥିଲା।
ମଙ୍ଗଳବାର ଦିନ ତାଙ୍କର ଆତ୍ମୀୟମାନେ ଡାକ୍ତରଖାନାରୁ ଫୋନ୍‌ ପାଇଲେ କି, ସେ ମରିଯାଇଛନ୍ତି। ସେମାନେ ଡାକ୍ତରଖାନାରେ ପହଞ୍ଚି ଶବ ଆଣିଲେ।

କିନ୍ତୁ ଜଣେ ଆତ୍ମୀୟ ଜାଣି ପାରିଲେ ଯେ ଏଇଟା ବାଗାଓ୍ଵାଡ଼େଙ୍କ ଶବ ନୁହେଁ। ସେ ଡାକ୍ତରଖାନର କର୍ତ୍ତୃପକ୍ଷଙ୍କୁ ଏକ କଥା ପଚାରିବାରୁ ସେ ଓଲଟି କହିଲେ କି, ତୁରନ୍ତ ଡାକ୍ତରଖାନା ପରିସରରୁ ଶବ ନେଇ ବାହାରି ଯାଅ।

ସଙ୍ଗଲି ଠାରୁ ୨୫ କିଲୋମିଟର ଦୂର ଶ୍ରୀ ବାଗଓ୍ଵାଡ଼େଙ୍କ ଘରକୁ ଶବ ନିଆାଯିବା ପରେ ଅନେକ ଆତ୍ମୀୟ ଜାଣି ପାରିଲେ ଏଇଟା ତାଙ୍କ ଶବ ନୁହେଁ। ପରେ ପରିବାର ଲୋକେ ଶବରୁ ଆବରଣ କାଢ଼ି ଜାଣିଲେ ଅନ୍ୟ କାହାର ଶବ ତାଙ୍କୁ ହସ୍ତାନ୍ତର କରାଯାଇଛି।

ସେମାନେ ତୁରନ୍ତ ସଙ୍ଗଲି ଫେରି ଯାଇ ଦେଖିଲେ ଅବିନାଶ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ଭଲ ଅଛନ୍ତି।

କିନ୍ତୁ, ସେ ଶବଟି କାହାର ଏବଂ ତାକୁ ନେବା ପାଇଁ କେହି ଆସୁ ନାହାନ୍ତି ବୋଲି ଡାକ୍ତରଖାନା ଅଧିକାରୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର