ପାଣି ଘେରରେ ଫସି ରହିଥିବା ୯ଜଣଙ୍କୁ ଏମ୍‌ଆଇ-୧୭ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କଲେ ବାୟୁସେନା ଯବାନ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : ମହାରାଷ୍ଟ୍ରରେ ଏବେ ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡ଼େ ପାଣି ଭରିଯିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଘର ଚାରିପାଖରେ ପାଣି ଭରି ଯାଇଥିବାରୁ ଲୋକମାନଙ୍କର ଘରୁ ବାହାରିବା କଷ୍ଟ ହୋଇ ଯାଇଛି । ଏ ମଧ୍ୟରେ ମୁମ୍ବାଇର କଲ୍ୟାଣରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପାଣି ଚାରି ପାଖରେ ଫସି ରହିଥିବା ୯ଜଣ ଲୋକଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଉଥିବା ଦେଖାଯାଇଛି । ବାୟୁସେନାର ଯବାନମାନେ ଏମ୍‌ଆଇ-୧୭ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଉଦ୍ଧାରକାର୍ଯ୍ୟ ସମୟର ଭିଡିଓ ବାୟୁସେନା ପକ୍ଷରୁ ଜାରି କରାଯାଇଛି ।

ସୂଚନା ମୁତାବକ, ମୁମ୍ବାଇର କଲ୍ୟାଣରେ ଏକ ଘରର ଛାତ ଉପରେ କିଛି ଲୋକ ଫସି ରହିଥିଲେ । ଶନିବାର ଭାରତୀୟ ବାୟୁସେନା ଯବାନଙ୍କୁ ଏ ନେଇ ସୂଚନା ମିଳିବା ପରେ ସେମାନେ ଏମ୍‌ଆଇ-୧୭ ହେଲିକପ୍ଟର ନେଇ ଉଦ୍ଧାର ପାଇଁ ପହଞ୍ଚିଥିଲେ । ଛାତ ଉପରୁ ୯ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି ବାୟୁସେନା ଯବାନ ସେମାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଛାଡ଼ିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର