ନୂଆଦିଲ୍ଲୀ: ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ସଂକ୍ରାନ୍ତ ଆଲୋଚନା ପାଇଁ କେନ୍ଦ୍ର ସରକାର ଏକ ୬ ଜଣିଆ ଟିମ୍‌ ଗଠନ କରିଛନ୍ତି। ଏହି ଟିମ୍‌ରେ ୨ ରାଜ୍ୟର ମନ୍ତ୍ରୀ ରହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏହା ଘୋଷଣା କରିଛନ୍ତି। ଶାହ କହିଛନ୍ତି, ଉଭୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ଉପାୟରେ ସୀମା ବିବାଦର ସମାଧାନ ପାଇଁ ରାଜି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଶାହ ଆଜି ସୀମା ବିବାଦ ପ୍ରସଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ସହ ବୈଠକ କରିବାପରେ ଏହି ଘୋଷଣା କରିଛନ୍ତି।

Advertisment

ଶାହ କହିଛନ୍ତି, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସୀମା ବିବାଦ ପ୍ରସଙ୍ଗରେ ସକରାତ୍ମକ ଢଙ୍ଗରେ ବୈଠକ ହୋଇଛି। ସାମ୍ବିଧାନିକ ଉପାୟରେ ଏକ ପ୍ରସ୍ତାବ ଆଣିବାପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି ବୋଲି ଶାହ କହିଛନ୍ତି।