ମହାରାଷ୍ଟ୍ରରେ ଦାଦନ ଶ୍ରମିକଙ୍କ ଦୁଃଖ, ଗାଁକୁ ଫେରିବାକୁ ପରିବାର ସହ ୪୦୦ କିମି ଚାଲିଲେ

ଯେଉଁଠୁ ବାହାରିଥିଲେ ୧୦ ଦିନ ପରେ ସେଇଠି ପହଞ୍ଚିଲେ

ମୁମ୍ବାଇ: କଥାରେ କହନ୍ତି, ବାଘ କାମୁଡ଼ାଠୁ ବଳିଯାଇଥାଏ ବାଘର ଘୋଷଡ଼ାା ସେହିପରି ସମ୍ପ୍ରତି ଦେଶବ୍ୟାପୀ ଲକ୍ଡାଉନ୍ ପରିସ୍ଥିତି ଜାରି ଥିବା ବେଳେ ମହାରାଷ୍ଟ୍ରର ଦଳେ ଦାଦନ ଶ୍ରମିକ ନିଜ ଗାଁରେ ଆତ୍ମୀୟ ସ୍ବଜନଙ୍କ ଗହଣରେ ସମୟ କଟାଇବା ପାଇଁ ସହର ଛାଡ଼ି ଚଳାଇଥିବା ଗାଁମୁହାଁ ଅଭିଯାନ ଏବେ ସେମାନଙ୍କ ପାଇଁ ବେଶି କଷ୍ଟ ଆଣିଦେଇଛିା ସ୍ଥାନୀୟ ପ୍ରଶାସନ ଦୃଷ୍ଟିକୁ ଆଡ଼ କରି ସ୍ବାଭାବିକ ରାସ୍ତା ଛାଡ଼ି ଗୁଜରାଟ ଓ ମହାରାଷ୍ଟ୍ର ସୀମାର ବଣ ଜଙ୍ଗଲ ଦେଇ ପାଖାପାଖି ୪୦୦ କିମି ଯାତ୍ରା କରି ସେମାନେ ୧୦ ଦିନ ପରେ ଶେଷରେ ବାହାରିଥିବା ସ୍ଥାନରେ ପୁଣି ଆସି ପହଞ୍ଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛିା ମିଳିଥିବା ସୂଚନାନୁସାରେ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସନ୍ନିକଟ ଏକ ଗାଁର ଏହି ଦାଦନ ଶ୍ରମିକମାନେ ମହାରାଷ୍ଟ୍ରର ବିରାର୍ ଅଞ୍ଚଳର କୌଣସି ଏକ ନିର୍ମାଣ ସଂସ୍ଥାରେ କାମ କରୁଥିଲୋ କେହି କେହି ମଧ୍ୟ ସାଙ୍ଗରେ ନିଜ ପରିବାର ନେଇ ସେଠାରେ ଝୁମ୍ପୁଡି଼ ବସ୍ତି କରି ରହୁଥିଲୋ ତେବେ କରୋନା ମୁକାବିଲା ପାଇଁ ଦେଶରେ ଗତ ୨୫ ତାରିଖରୁ ହଠାତ୍ ଲକ୍ଡାଉନ୍ ସ୍ଥିତି ଜାରି ହେବା ପରେ ସେମାନେ କିପରି ନିଜ ଗାଁକୁ ଫେରିବେ, ଛଟପଟ ହେବାକୁ ଲାଗିଲୋ ମାତ୍ର ଗାଡି଼ମୋଟରରେ ଯିବା ବାଟ ବନ୍ଦ ଥିବାରୁ କେହି କେହି ଲୁଚି ଛପି ନିଜ ଗାଁକୁ ଫେରି ଆସିବା ଚକ୍କରରେ ଯାତ୍ରା ଆରମ୍ଭ କରିଥିଲୋ

ତେବେ ମହାରାଷ୍ଟ୍ର ଓ ଗୁଜରାଟ ମଧ୍ୟରେ ସୀମା ବନ୍ଦ ହୋଇଯିବା ପରେ ୩୦୦୦ ପାଖାପାଖି ଶ୍ରମିକ ଓ ସେମାନଙ୍କ ପିଲାଛୁଆ ମହାରାଷ୍ଟ୍ରର ସୀମାନ୍ତ ତାଲସାରି ବ୍ଳକ୍ ଅନ୍ତର୍ଗତ ଅଛାଡ଼ ଗାଁଠାରେ ଠୁଳ ହୋଇଥିଲୋ ତେବେ ସେଠାରୁ କିଛି ପରିବାର ଆଉ ଆଗକୁ ନଯାଇ ସ୍ଥାନୀୟ ପ୍ରଶାସନ ଦ୍ବାରା ସ୍ଥାପିତ ବିଭିନ୍ନ ଆଶ୍ରୟ ସ୍ଥଳରେ ଶରଣ ନେବାକୁ ପସନ୍ଦ କରିଥିଲୋ ଆଉ କିଛି ପରିବାର ଦୃଡ଼ ମନୋବଳ ନେଇ ଗ୍ରାମାଭିମୁଖୀ ଅଭିଯାନ ଜାରି ରଖିଲୋ ଏପରିକି ସୀମା ଡେଇଁ ସେମାନଙ୍କୁ ଗୁଜରାଟ ଜଙ୍ଗଲରେ ମଧ୍ୟ ଅତି ବିପଦସଂକୁଳ ଭାବେ ରାତି କଟାଇବାକୁ ପଡି଼ଥିଲାା ଦିନ ସାରା ଚାଲିଚାଲି ମୁହଁ ସଞ୍ଜ ବେଳେ ସ୍ଥାନୀୟ ଗାଁଗଣ୍ତା କି ଜଙ୍ଗଲରେ ରୋଷେଇ କରି ଖାଉଥିଲୋ ତେବେ ଦୀର୍ଘ ଦଶ ଦିନ ପରେ ସୌଭାଗ୍ୟକୁ ଗୁଜରାଟ ପୁଲିସ ସେମାନଙ୍କୁ ସୁରାଟ ଠାରେ ଅଟକାଇ ଟ୍ରକ୍ରେ ଆଣି ପୁଣି ମହାରାଷ୍ଟ୍ର ସୀମାର ତାଲସାରିରେ ଛାଡି଼ଦେଇଥିଲାା ତେବେ ଅତ୍ୟନ୍ତ କ୍ଳାନ୍ତ ହୋଇପଡି଼ଥିବା ଏହି ଶ୍ରମିକ ପରିବାର ଆଉ ଆଗକୁ ନ ବଡ଼ି ସେଠାରୁ ମାତ୍ର ୯୫ କିମି ଦୂର ବିରାର୍ ସ୍ଥିତ ନିଜ ପୁରୁଣା କୁଡି଼ଆକୁ ଫେରିବାକୁ ବାଧ୍ୟ ହୋଇଥିଲୋ

ସମ୍ବନ୍ଧିତ ଖବର