ସୁରକ୍ଷିତ ରହିଲା ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ପଦ, ମହାରାଷ୍ଟ୍ର ବିଧାନ ପରିଷଦକୁ ନିର୍ବାଚିତ

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ମୋଟ ୯ ଜଣ ମହାରାଷ୍ଟ୍ର ବିଧାନପରିଷଦକୁ ନିର୍ବିରୋଧ  ନିର୍ବାଚିତ ହୋଇଛନ୍ତି । ଏହା ସହିତ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରିତ୍ୱ ଉପରେ ରହିଥିବା ସଂଦେହ ଦୂର ହୋଇଛି । ଗତ ୧୧ ତାରିଖରେ ଉଦ୍ଧବ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ମହାରାଷ୍ଟ୍ର ବିଧାନ ପରିଷଦରେ ଖାଲିଥିବା ୯ଟି ଆସନ ନିମନ୍ତେ ନିର୍ବାଚନ ଗତ ମାର୍ଚ୍ଚ ୨୮ରେ ହେବାର ଥିଲା । କିନ୍ତୁ ଲକଡାଉନ ଘୋଷଣା ପରେ ଏହାକୁ ବାତିଲ କରାଯାଇଥିଲା ।
ଉଦ୍ଧବ ଗତ ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ । ସେ ଏବେ ବିଧାୟକ ନଥିବାରୁ ସେ ୬ ମାସ ମଧ୍ୟରେ ବିଧାନସଭା କିମ୍ବା ବିଧାନପରିଷଦର ସଦସ୍ୟ ହେବା ଆବଶ୍ୟକ । ତାଙ୍କର ଏହି ୬ ମାସ ସମୟ ମେ ଶେଷ ସୁଦ୍ଧା ସମାପ୍ତ ହେଉଛି । ତେବେ ବିଧାନ ପରିଷଦର ସଦସ୍ୟ ହେବା ପାଇଁ ତାଙ୍କୁ ରାଜ୍ୟପାଳ ମନୋନୀତ କରିବା ଆବଶ୍ୟକ । କିନ୍ତୁ ରାଜ୍ୟପାଳ ଏହା କରୁନଥିବାରୁ ଅନିଶ୍ଚିତତା ଲାଗିରହିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଶେଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର