ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସହିବାକୁ ପଡ଼ିବ କ୍ଷତି ! ସିନେମା, ଧାରାବାହିକ ଓ ବିଜ୍ଞାପନ ସୁଟିଂ ବନ୍ଦ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ହେଉଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଗାମୀ ୧୫ଦିନ ପାଇଁ ‘‌ବ୍ରେକ ଦ ଚେନ’ ଅଭିଯାନ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଏପ୍ରିଲ ୧୪ରୁ  ମଇ ୧ ପର୍ଯ୍ୟନ୍ତ ସବୁଦିନ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଜାରି କରାଯାଇଛି। ପୁଣି ପୂରା ରାଜ୍ୟରେ ୧୪୪ଧାରା ଲାଗୁ ହୋଇଛି। ମହାରାଷ୍ଟ୍ରରେ ଜରୁରୀ ସେବାକୁ ଛାଡ଼ି ସବୁକିଛି ବନ୍ଦ ରହିଛି । ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଓ ମାର୍କେଟ ଆଦିକୁ ବନ୍ଦ କରି ଦିଆଯାଇଛି। ଏହି କଟକଣା ୧୫ଦିନ ପାଇଁ ଲାଗୁ କରାଯାଇଛି।

Maharashtra Lockdown

ଏହି କ୍ରମରେ ମୁମ୍ବାଇରେ ସିନେମା, ଟିଭି କାର୍ଯ୍ୟକ୍ରମ ଓ ବିଜ୍ଞାପନ ଆଦିର ସୁଟିଂ ଉପରେ କଟକଣା ଲଗାଯାଇଛି। ଏଥିସହିତ ସିନେମାହଲକୁ ବୁଧବାରଠାରୁ ୧୫ଦିନ ପାଇଁ ବନ୍ଦ କରାଯାଇଛି। ଏହାଦ୍ବାରା ଇଣ୍ଡଷ୍ଟ୍ରିକୁ ପୁଣି କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଉଛି। ଗତ ବର୍ଷ ଏହି ମହାମାରୀ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରାୟ ୮ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା।

मुंबई में कोरोना संक्रमण

ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜର ଅଧ୍ୟକ୍ଷ ବିଏନ ତିୱାରୀ କହିଛନ୍ତି ଯେ ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ବହୁତ ବଡ ଝଟକା। ସରକାର ଏହି ନିଷ୍ପତ୍ତି ଲୋକଙ୍କ ହିତ ପାଇଁ ନେଇଛନ୍ତି କିନ୍ତୁ ଏଣ୍ଟରଣ୍ଟେନମେଣ୍ଟ ଇଣ୍ଡଷ୍ଟ୍ରିର ହିତ ପାଇଁ ଏହି ନିଷ୍ପତ୍ତି ନୁହେଁ। କାରଣ ସୁଟିଂ ବନ୍ଦ ହୋଇଯିବା ଦ୍ବାରା ଅନେକ ଲୋକ ପ୍ରଭାବିତ ହେବେ।

ସମ୍ବନ୍ଧିତ ଖବର