ମୁମ୍ବାଇ : ମହାରାଷ୍ଟ୍ର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଅୱଦ କରୋନା ସଂକ୍ରମିତ ହୋଇଛନ୍ତି। ୫୪ ବର୍ଷୀୟ ଏହି ଏନ୍ସିପି ନେତାଙ୍କ ସୁରକ୍ଷାକର୍ମୀ କରୋନା ସଂକ୍ରମିତ ହେବାପରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ୧୫ ଦିନ ପାଇଁ କ୍ବାରାଣ୍ଟିନ୍ରେ ଥିଲେ। କିନ୍ତୁ ନିକଟରେ ସେ ଏକ ଘରୋଇ ହସ୍ପିଟାଲ୍କୁ ଚେକ୍ ଅପ୍ ପାଇଁ ଯାଇଥିଲେ ଏବଂ କରୋନା ପରୀକ୍ଷା କରିଥିଲେ। ତାଙ୍କ ଶରୀରରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ମୁମ୍ବ୍ରା ଥାନାର ଜଣେ ବରିଷ୍ଠ ପୁଲିସ ଇନ୍ସପେକ୍ଟରଙ୍କ ସଂସ୍ପର୍ଶରେ ଆସିବାପରେ ମନ୍ତ୍ରୀ ଜିତେନ୍ଦ୍ର କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ମାସ ଆରମ୍ଭରେ ଅୱଦ ଲକ୍ଡାଉନ୍ ସଂକ୍ରାନ୍ତରେ ଆଲୋଚନା ପାଇଁ ମୁମ୍ବ୍ରା ଥାନା ଯାଇଥିଲେ ଏବଂ ବରିଷ୍ଠ ପୁଲିସ ଇନ୍ସପେକ୍ଟରଙ୍କ ସହ ଆଲୋଚନା କରିଥିଲେ। ତେବେ ଏହାର କିଛି ଦିନ ପରେ ସମ୍ପୃକ୍ତ ପୁଲିସ ଅଧିକାରୀ ଜଣଙ୍କ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ତେବେ ଏହି ପୁଲିସ ଅଧିକାରୀ କରୋନା ସଂକ୍ରମିତ ହେବାପରେ ଅଧିକାରୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଥିବା ୧୦୦ରୁ ଅଧିକ ଲୋକ ଏବଂ ମନ୍ତ୍ରୀ ଜିତେନ୍ଦ୍ର ଓ ସାମ୍ବାଦିକମାନଙ୍କୁ ଟ୍ରେସ୍ କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ, ଥାନେରୁ ୨ ଜଣ ସାମ୍ବାଦିକ, ମୁମ୍ବ୍ରା ଥାନାର ୩ ଜଣ ପୁଲିସ ଏବଂ ଅୱଦ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଅୱଦଙ୍କ ୫ ଜଣ ପୁଲିସ ବଡିଗାର୍ଡ, ଘରୋଇ ସହାୟକ ଏବଂ ରୋଷେୟା, କିଛି ଦଳୀୟ କର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଜିତେନ୍ଦ୍ର ଅୱଦ ଥାନେ ଏନ୍ସିପି ନେତା ଏବଂ ପୂର୍ବତନ ସାଂସଦ ଆନନ୍ଦ ପରନଜପେଙ୍କ ସଂସ୍ପର୍ଶରେ ଆସିଥିବରୁ ସେ ଏବେ କ୍ବାରାଣ୍ଟିନ୍ରେ ଅଛନ୍ତି।
ମହାରାଷ୍ଟ୍ର ମନ୍ତ୍ରୀ କରୋନା ଆକ୍ରାନ୍ତ
/sambad/media/post_attachments/wp-content/uploads/2020/04/covid-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)