ମୁମ୍ବାଇ: ଆଜି ସରିବ ମହାରାଷ୍ଟ୍ର ରାଜନୀତି ରହସ୍ୟ । ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଜେପି ଓ ମହାୟୁତି ବିଧାୟକ ଦଳ ବୈଠକ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଜୟ ରୁପାନୀ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକ ପରେ ଆଗମୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡନାଭିସଙ୍କ ନାଁ ସବୁଠୁ ଆଗରେ ରହିଛି ।
ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପାଇଁ ରାଜି ହୋଇଥିବା କୁହାଯାଉଛି । ହେଲେ ଆଜିର ବୈଠକରେ ମନ୍ତ୍ରିମଣ୍ଡଳ ନେଇ ଚର୍ଚ୍ଚା ହେବ । ବିଜେପିକୁ ୨୧ରୁ ୨୨ ଓ ଶିବସେନାକୁ ୧୨ଟି ମନ୍ତ୍ରୀ ପଦ ମିଳିପାରେ । ସେହିପରି ଏନସିପିକୁ ୯ରୁ ୧୦ଟି ମନ୍ତ୍ରୀ ପଦ ମିଳିପାରେ । ମହାରାଷ୍ଟ୍ରରେ ଶପଥ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତାକାଲି ଶପଥ ସମାରୋହ ଅନୁଷ୍ଠିତ ହେବ। କେବଳ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/04/mqVaSVgGp50YdCsargMR.jpg)