ଅହମଦନଗର ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ, ଜଳିଗଲେ ୧୦ଜଣ କରୋନା ରୋଗୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅହମଦନଗରରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛିି। ଏଠାରେ ଥିବା ସଭିଲ ହସ୍ପିଟାଲରେ ନିଆଁ ଲାଗିବା ହେତୁ ୧୦ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଅହମଦନଗରର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ନିଆଁ ସିଭିଲ ହସ୍ପିଟାଲର କରୋନା ୱାର୍ଡରେ ଲାଗିଥିଲା। ଦୁଃଖର ବିଷୟ ଅଗ୍ନିକାଣ୍ଡରେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୧୦ଜଣ କରୋନା ରୋଗୀ ପୋଡ଼ି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଅଛନ୍ତି। ସେମାନଙ୍କ ଚିକିତ୍ସାି ଜାରି ରହିଛି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଗ୍ନିକାଣ୍ଡର ଯାଞ୍ଚ ଆଦେଶ ଦେଇଛନ୍ତି।

 

ନିଆଁ ଲାଗିବାର ଦୃଶ୍ୟ ଭୟାବହ ଥିଲା। ହସ୍ପିଟାଲ ଭିତରୁ ଅନବରତ ଧୁଆଁ ବାହାରି ଚାଲିଛି। ରୋଗୀ ବେଡରେ ଥିବାରୁ ସେମାନେ ନିଆଁ ଲାଗିଥିବା ଜାଣିବି ନିଜ ଜୀବନ ବଞ୍ଚାଇ ପାରି ନଥିଲେ। ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନିଆଁ ଲିଭିଯିବା ପରେ ହସ୍ପିଟାଲର ଦୃଶ୍ୟ ଦେଖି ଆପଣ ଅନୁମାନ କରିପାରୁଥିବେ ଅଗ୍ନିକାଣ୍ଡ କେତେ ଭୟାବହ ଥିଲା। କରୋନା ୱାର୍ଡର ବିଛଣା, ଔଷଧ, ମେଡିକାଲ ସାମଗ୍ରୀ ସବୁ ଜଳି ପାଉଁଶ ହୋଇଯାଇଛି। ସମସ୍ତ କାନ୍ଥ ନିଆଁରେ ଜଳି କଳା ପଡ଼ିଯାଇଛି।

ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଏସିରେ ସର୍ଟ ସର୍କିଟ ହେତୁ ଏହି ନିଆଁ ଲାଗିଥିବା କୁହାଯାଉଛି। କରୋନା ୱାର୍ଡରେ ୨୫ଜଣ ଭର୍ତ୍ତି ଥିଲେ। ଏଥିମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୬ଜଣ ଗୁରୁତର ଅଛନ୍ତି।

ସମ୍ବନ୍ଧିତ ଖବର