ନୂଆଦିଲ୍ଲୀ: ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପାଖାପାଖି ପାଞ୍ଚ ହଜାର ପ୍ରସୂତିଙ୍କ ପ୍ରସବ କରାଇଥିବା ସରକାରୀ ଡାକ୍ତରଖାନାର ଜଣେ ନର୍ସ ନିଜ ପିଲାକୁ ଜନ୍ମ ଦେବାକୁ ଯାଇ ରବିବାର ମୃତ୍ୟୁବରଣ କରିଛନ୍ତି। ଜ୍ୟୋତି ଗାଭିଲ(୩୮) ହିଙ୍ଗୋଲିର ଏକ ସରକାରୀ ଡାକ୍ତରଖାନାରେ ନର୍ସ ଥିଲେ। ସେ ଉଭୟ ନର୍ମାଲ ଏବଂ ସିଜରିଆନ୍ ଡେଲିଭରି ସେକ୍ସନରେ କାମ କରୁଥିଲେ। ତାଙ୍କର ନମ୍ର ଓ ଉଦାର ବ୍ୟବହାର ପାଇଁ ସମସ୍ତେ ତାଙ୍କୁ ଭଲ ପାଉଥିଲେ। ସେ ଗର୍ଭବତୀ ଥିଲେ ଏବଂ ନିଜ ପିଲାକୁ ଜନ୍ମ ଦେବା ପାଇଁ ସେ ଚାକିରି କରୁଥିବା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସିଜରିଆନ୍ ପଦ୍ଧତିରେ ପ୍ରସବର କିଛି ସମୟ ପର୍ଯ୍ୟନ୍ତ ଉଭୟ ମାଆ ପିଲା ସୁସ୍ଥ ଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ହଠାତ୍ ତାଙ୍କ ସ୍ବାସ୍ଥ୍ୟରେ ଅବନତି ହେଲା। ତାଙ୍କୁ ନାନ୍ଦେଦ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି।
ପାଞ୍ଚ ହଜାର ମହିଳାଙ୍କ ପ୍ରସବ କରାଇଥିବା ନର୍ସଙ୍କ ନିଜ ପ୍ରସବ ବେଳେ ମୃତ୍ୟୁ
/sambad/media/post_attachments/wp-content/uploads/2021/11/fh654sf654fh65hfhfssfhsfhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)