ସୁଶାନ୍ତଙ୍କ ମୃତଦେହ ଫଟୋକୁ ଯେଉଁମାନେ ସେୟାର କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ମହାରାଷ୍ଟ୍ର ପୁଲିସ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ରବିବାର ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ମରଶରୀରର ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହା ଏକ ହୀନ ମାନସିକତାର ପରିଚୟ ବୋଲି ମହାରାଷ୍ଟ୍ର ପୁଲିସ ଟୁଇଟ କରି କହିଛି । ଏହି ଫଟୋ ଯେଉଁମାନେ ସେୟାର କରିଛନ୍ତି ବା କରୁଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ମହାରାଷ୍ଟ୍ର ପୁଲିସ ପକ୍ଷରୁ କୁହାଯାଇଛି।

Maharashtra Police ask people not to post pictures of deceased ...
Mathrubhumi English

ମୁମ୍ବାଇ ପୁଲିସ ଟୁଇଟ କରି କହିଛି ଯେ, ସୋସିଆଲ ମିଡିଆ ବ୍ୟବହାରକାରୀ ସୁଶାନ୍ତଙ୍କ ମୃତଦେହର ଫଟୋକୁ ସେୟାର କରନ୍ତୁ ନାହିଁ। ଏହି ଫଟୋ ସେୟାର କରିବାର ଅର୍ଥ ହେଉଛି, ‘ହୀନ ମାନସିକତାର ପରିଚୟ’। ଯେଉଁମାନେ ଏହାକୁ ସେୟାର କରୁଛନ୍ତି, ସେମାନେ ତୁରନ୍ତ ତାହାକୁ ଡିଲିଟ୍‌ କରିଦିଅନ୍ତୁ । ଏହି ଫଟୋ ସେୟାର କରିବା ଆଇନ ଅନୁଯାୟୀ ଅପରାଧ ଅଟେ । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର