ମହାରାଷ୍ଟ୍ର ରାଜନୀତି: ଘଡ଼ିକେ ଘୋଡ଼ା ଛୁୁଟୁଛି

‘ଉଗ୍ର ହିନ୍ଦୁତ୍ବ’ ପ୍ରତିବନ୍ଧକ, ୫୦-୫୦ ଫର୍ମୁଲାରେ ଫସିଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ବେ ଏବେ ବି ସରକାର ଗଠନ ପାଇଁ ଶିବସେନା ‌ଏବଂ ଏନ୍‌ସିପି ପାଖରେ ସୁଯୋଗ ରହିଛି। ସରକାର ଗଠନ ପାଇଁ ଏବେ ବି ମନ୍ଥନ ଭିତରେ ଘଟିକେ ଘୋଡ଼ା ଛୁଟୁଛି। ଯଦି କଂଗ୍ରେସ ଦଳ ରାଜ୍ୟରେ ସରକାର ଗଠନ ପାଇଁ ତତ୍ପରତା ଦେଖାଇ ସମର୍ଥନ ପତ୍ର ପ୍ରଦାନ କରିଥାନ୍ତା ତା’ହେଲେ ଶିବସେନା କିମ୍ବା ଏନ୍‌ସିପି ନେତୃତ୍ବରେ ସରକାର ଗଠନ ହୋଇପାରିଥାନ୍ତା। କିନ୍ତୁ ଶିବସେନାକୁ ସରକାର ଗଠନ ପାଇଁ ସମର୍ଥନ ଦେବାରେ କଂଗ୍ରେସରେ ଦେଖାଦେଇଥିବା ଦ୍ବନ୍ଦ୍ବ ଏବଂ ମତପାର୍ଥକ୍ୟ ଯୋଗୁଁ ଏ ବାବଦ ନିଷ୍ପତ୍ତି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହୋଇପାରିଲା ନାହିଁ। ତେଣୁ ସରକାର ଗଠନ ପାଇଁ ସମୟସୀମାକୁ ଅଧିକ ଲମ୍ବା ଟାଣିବା ବଦଳରେ ରାଷ୍ଟ୍ରପତି ଶାସନକୁ ବିକଳ୍ପ ଭାବେ ଗ୍ରହଣ କଲେ ରାଜ୍ୟପାଳ। ଆଜିଠାରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ମଧ୍ୟ ଶିବସେନା-ଏନ୍‌ସିପି-କଂଗ୍ରେସ ମଧ୍ୟରେ ସହମତି ହୋଇପାରିଲେ ପୁଣି ଥରେ ସରକାର ଗଠନ ପାଇଁ ରାସ୍ତା ଖୋଲିବ ବୋଲି କୁହାଯାଉଛି।

ଶିବସେନାର ଉଗ୍ର ହିନ୍ଦୁତ୍ବ ଚିନ୍ତାଧାରା ଏବଂ ମହାରାଷ୍ଟ୍ରରେ ଉତ୍ତରପ୍ରଦେଶ ଏବଂ ବିହାରର ଲୋକଙ୍କୁ ସେନା ବିରୋଧ କରିଆସୁଥିବାରୁ ଅନେକ ବରିଷ୍ଠ କଂଗ୍ରେସ ନେତା ସେନାକୁ ସମର୍ଥନ ଦେବା ପ୍ରସ୍ତାବର ବିରୋଧ କରିଥିଲେ। ଭବିଷ୍ୟତରେ ଶିବସେନା ଏବଂ ଏନ୍‌ସିପିର ତାଳମେଳ କଂଗ୍ରେସର ଭବିଷ୍ୟତକୁ ରାଜ୍ୟରେ ଅନ୍ଧାର କରିଦେବ ବୋଲି ମଧ୍ୟ ଅନେକ ନେତା ଆଶଙ୍କା ବ୍ୟକ୍ତ କରିଥିଲେ। ଏହାର ପ୍ରଭାବ କେରଳ ଏବଂ ଅନ୍ୟ ରାଜ୍ୟରେ ପଡ଼ିବ ଏବଂ କଂଗ୍ରେସ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଥିଲା। ଏଥିପାଇଁ ଆଜି ରାଜ୍ୟପାଳଙ୍କ ଦ୍ବାରା ଦିଆଯାଇଥିବା ସମୟସୀମା ସତ୍ତ୍ବେ କଂଗ୍ରେସ ସମର୍ଥନ ପତ୍ର ଜାରି କଲା ନାହିଁ ଏବଂ ଏନ୍‌ସିପି ଏ ଦିଗରେ ଆଗକୁ ବଢ଼ିବାରେ ସମର୍ଥ ହେଲାନାହିଁ। ଏବେ ଏ ବାବଦରେ କଂଗ୍ରେସ ଏବଂ ଏନ୍‌ସିପି ଆଲୋଚନା ପାଇଁ ଅଧିକ ସମୟ ଚାହୁଛନ୍ତି। ଅନ୍ୟପକ୍ଷରେ ସରକାର ଗଠନ ପୂର୍ବରୁ ବିଭିନ୍ନ ମନ୍ତ୍ରାଳୟ ନେଇ ଫଏସଲା କରାଯିବାକୁ କଂଗ୍ରେସ ଏବଂ ଏନ୍‌ସିପି ଉଭୟ ଚାହୁଥିଲେ ମଧ୍ୟ ଏ ନେଇ ସହମତି ହୋଇପାରିନଥିଲା। ଶିବସେନା ସହିତ ତାଳମେଳ ରଖି ଏହି ଦୁଇ ଦଳ କିଭଳି ସରକାର ଚଳାଇବେ ତାହା ଚିନ୍ତାର କାରଣ ହୋଇଥିଲା ଏବଂ ତୁହାକୁ ତୁହା ବୈଠକ ସତ୍ତ୍ବେ କୌଣସି ନିଷ୍ପତ୍ତିରେ ସେମାନେ ଉପନୀତ ହୋଇପାରିନଥିଲେ। ଆଗକୁ ଏ ବାବଦରେ ବିସ୍ତୃତ ଆଲୋଚନା ପରେ ଶିବସେନା-ଏନ୍‌ସିପି ଯଦି ସରକାର ଗଠନ ପାଇଁ ରାଜି ହୁଅନ୍ତି ଏବଂ କଂଗ୍ରେସ ତା’ର ସମର୍ଥନ ଯୋଗାଇବା ବୋଲି ଲିଖିତ ଭାବେ ଜଣାଇବ ତା’ହେଲେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାସ୍ତା ଖୋଲିଯିବ।

ପାୱାର ବି ଚାହୁଛନ୍ତି ପାଳିରେ ମୁଖ୍ୟମନ୍ତ୍ରୀ ପଦ
ସୋନିଆ ନୁହନ୍ତି, ପାୱାର ହିଁ ଶିବସେନାକୁ ଝୁଲାଇ ରଖିଥିଲେ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏନ୍‌ସିପି-ଶିବସେନା-କଂଗ୍ରେସ ମଧ୍ୟରେ ସହମତିର ଅଭାବ ଯୋଗୁଁ ରାଷ୍ଟ୍ରପତି ଶାସନ ଲାଗୁ ହେଲା। ତେବେ ଶିବସେନା ନେତୃତ୍ବରେ ସରକାର ଗଠନ ପାଇଁ କଂଗ୍ରେସ ଅଧ୍ୟାକ୍ଷା ସୋନିଆ ଗାନ୍ଧୀ ବଡ଼ ପ୍ରତିବନ୍ଧକ ସାଜିନଥିଲେ। ଅସଲରେ ଏନ୍‌ସିପି ସୁପ୍ରିମୋ ଶରଦ୍‌ ପାୱାର ହିଁ ଶିବସେନା ଦ୍ବାରା ସରକାର ଗଠନ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲେ ଏବଂ ଏହାକୁ ଶେଷ ପର୍ଯ୍ୟନ୍ତ ଅନ୍ଧାରରେ ରଖିଥିଲେ ବୋଲି ଜଣାପଡ଼ିଛି । ଶିବସେନା ଏବଂ ଏନ୍‌ସିପି ମଧ୍ୟରେ ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ପାଳି କରି ନେବାପାଇଁ ପାୱାର ପ୍ରସ୍ତାବ ଦେଇଥିଲେ। ଶିବସେନା ଯେଉଁ ୫୦-୫୦ ଫର୍ମୁଲା ଲାଗୁ ଦାବିରେ ଜିଦ୍‌ ଧରି ବିଜେପି ସହ ମେଣ୍ଟ ଭାଙ୍ଗିଥିଲା, ସେହି ଦାବିକୁ ହିଁ ଅସ୍ତ୍ର କରି ଶିବସେନା ସହିତ ଆଲୋଚନା ଆରମ୍ଭ କରିଥିଲେ ପାୱାର। ଏ ବାବଦରେ ସହମତି ନହେବାରୁ ପାୱାର ମଧ୍ୟ ଶିବସେନାକୁ ସମର୍ଥନ ପତ୍ର ଦେଇନଥିଲେ। ଶିବସେନା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦ୍‌ କରି ବିଜେପି ସହିତ ୩୦ ବର୍ଷର ସଂପର୍କ ତୁଟାଇ ଦେଇଥିବା ବେଳେ ଏବେ ନିଜେ ୫୦-୫୦ ଫର୍ମୁଲା ଜାଲରେ ପଡ଼ିଯାଇଛି। ଶିବସେନା ୫୬ ଆସନରେ ବିଜୟୀ ହୋଇଥିବା ବେଳେ ଏନ୍‌ସିପିକୁ ୫୪ ଆସନ ମିଳିଛି। ମାତ୍ର ୨ଟି ଆସନର ବ୍ୟବଧାନ ଭିତରେ ପାୱାର ଶିବସେନାଠାରୁ କୌଣସି ସ୍ଥିତିରେ ବି ପଛରେ ରହିବାକୁ ଚାହୁନଥିଲେ। ଏନ୍‌ସିପି ନେତା ଅଜିତ ପାୱାର ଆଜି କଂଗ୍ରେସ ଯୋଗୁଁ ହିଁ ସରକାର ଗଠନ ପାଇଁ ଠିକ୍‌ ସମୟରେ ସମର୍ଥନ ପତ୍ର ଦିଆଯାଇପାରିଲା ନାହିଁ ‌ବୋଲି କହିଥିଲେ ଏବଂ ସରକାର ଗଠନ ନହେବା ପାଇଁ କଂଗ୍ରେସକୁ ଦାୟୀ କରିଥିଲେ। ଏନ୍‌ସିପି ମଧ୍ୟ ଶିବସେନା ସହ କ୍ଷମତା ଆବଣ୍ଟନ ନେଇ ବୁଝାମଣାରେ ଉପନୀତ ହୋଇ ନପାରିବା ଏ ଦିଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଥିଲା ବୋଲି କୁହାଯାଇଛି ।

ବୈଚାରିକ ବିରୋଧୀଙ୍କ ସହିତ ହାତ ମିଳାଇବା ଶିବସେନାର ପୁରୁଣା ଅଭ୍ୟାସ
ମୁମ୍ବାଇ: ଶିବସେନା ପୂର୍ବରୁ ଅନେକ ବାର ନିଜର ଘୋର ରାଜନୈତିକ ବିରୋଧୀ ଏବଂ ବିଚାରଧାରା ବିରୋଧୀ ଦଳ ସହିତ ହାତ ମିଳାଇଥିବା ଇତିହାସ ରହିଛି। ଏପରିକି ଘୋର ବୈଚାରିକ ବିରୋଧୀ ମୁସ୍‌ଲିମ ଲିଗ୍‌ ସହିତ ମଧ୍ୟ ଏହି ଦଳ ମେଣ୍ଟ କରିଥିଲା। ବାଲ୍‌ ଠାକରେ ୧୯୬୬ରେ ଶିବସେନା ସ୍ଥାପନ କରିଥିଲେ। ଏହାକୁ ପ୍ରଥମେ କଂଗ୍ରେସ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଦୀର୍ଘ ବର୍ଷ ଧରି ସମର୍ଥନ କରି ଆସିଥିଲା। ୧୯୭୭ରେ ଜରୁରୀ ପରିସ୍ଥିତିକୁ ସେନା ସମର୍ଥନ କରିଥିଲା। ତେବେ ଇନ୍ଦିରା ଗାନ୍ଧୀଙ୍କ ବିୟୋଗ ପରେ କଂଗ୍ରେସ ଓ ସେନା ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିଲା। ତେବେ ଶିବସେନା ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପ୍ରତିଭା ପାଟିଲ ଏବଂ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲା। ଶରଦ ପାୱାରଙ୍କ ସହିତ ଶିବସେନାର ମଧ୍ୟ ଘନିଷ୍ଠ ସଂପର୍କ ରହିଛି। ତେବେ ବିଜେପି ସହିତ ମେଣ୍ଟ ଆରମ୍ଭ ପରେ ସେନା ଏନ୍‌ସିପି ସହିତ ପ୍ରତ୍ୟକ୍ଷ ଭାବେ କୌଣସି ସଂପର୍କ ରଖିନଥିଲା। ଏବେ ସେନା ବିଜେପି ସହିତ ସଂପର୍କ ତୁଟାଇ ଏନ୍‌ସିପି ଏବଂ କଂଗ୍ରେସ ସମର୍ଥନ ହାସଲ ପାଇଁ କସରତ କରୁଛି। ୧୯୯୯ରେ ତତ୍କାଳୀନ ସେନା ସୁପ୍ରିମୋ ବାଲ୍‌ ଠାକ୍‌ରେ ଶରଦ ପାୱାରଙ୍କ ଦଳ ଏନ୍‌ସିପି ସହ ମେଣ୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ‘ମୁଁ କେବେହେଲେ ଜଣେ ବଦମାସ୍‌ ସହ ମେଣ୍ଟରେ ରହିବି ନାହିଁ।’

ସମ୍ବନ୍ଧିତ ଖବର