ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଲା, ବିଶ୍ୱରେ କରୋନାଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ୪୦୦୦

ବିଶ୍ୱରେ କରୋନାଭାଇରସରେ ୧୧୩,୦୦୦ ସଂକ୍ରମିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର  ପୁଣେରେ କରୋନାଭାଇରସ୍‌ ସଂକ୍ରମଣର ପ୍ରଥମ ଘଟଣା ସାମ୍ନାକୁ ଆସିଛି। ଏହି ମାରାତ୍ମକ କରୋନାଭାଇରସ୍‌ରେ ଏକ ଦମ୍ପତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଦମ୍ପତି ଜନୁଆରି ୧ ତାରିଖରୁ ଦୁବାଇରୁ ପୁଣେକୁ ଫେରିଥିଲେ। ଦୁହେଁ ପୁଣେରଏକ ଟ୍ରାଭେଲ ଏଜେନ୍ସି ପକ୍ଷରୁ ଆୟୋଜିତ ଦୁବାଇ ଟୁର ପାଇଁ ଉପସାଗରୀୟ ଦେଶକୁ ଭ୍ରମଣରେ ଯାଇଥିଲେ।

ଅନ୍ୟପକ୍ଷରେ ଏଯାବତ ବିଶ୍ୱରେ କରୋନାଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ୪୦୦୦ ହୋଇସାରିଥିବା ବେଳେ ୧୧୩,୦୦୦ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ମଙ୍ଗଳବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଏହି ଭାଇରସ୍‌ ଏବେ ୧୦୦ଟି ଦେଶକୁ ବ୍ୟାପି ଯାଇଛି। ତେବେ କରୋନାଭାଇରସ୍‌ରେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ବୋଲି ଜଣାପଡ଼ିଛି।

Image result for maharashtra-pune-couple-test-positive-covid-19
Social News XYZ

ଜାନୁଆରି ୧ ତାରିଖରୁ ନେଇ ଏଯାବତ ଉକ୍ତ ସ୍ୱାମୀ-ସ୍ତ୍ରୀଙ୍କ ଶରୀରରେ କୌଣସି ଅସୁବିଧା ପରିଲକ୍ଷିତ ହୋଇ ନଥିଲା। କିନ୍ତୁ ଗତ ସୋମବାର ସକାଳେ ଦୁହିଁଙ୍କୁ ସାମନ୍ୟ ଅସୁସ୍ଥ ଲାଗିଥିଲା। ଏହି ଅସୁସ୍ଥତା କାରଣରୁୁ ଦମ୍ପତି ଚିକିତ୍ସା ପାଇଁ ପୁଣେସ୍ଥିତ ନାଏଡୁ ହସ୍‌ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦୁହିଁଙ୍କ ଛେପ ନେଇ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାୟରୋଲୋଜିକୁ ପରୀକ୍ଷା ପାଇଁ ପଠା ଯାଇଥିଲା। ସେଠାରେ ଦୁହିଁଙ୍କ ନମୂନା ପଜିଟିଭ ଆସିଥିଲା। ଏହାପରେ ସ୍ୱାମୀ-ସ୍ତ୍ରୀକୁ ଚିକିତ୍ସା ପାଇଁ ନାଏଡୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ କହିବାନୁସାରେ, ଏବେ ସେମାନଙ୍କୁ ଉପସାଗରୀୟ ଦେଶ ବୁଲି ଯାଇଥିବା ଅନ୍ୟ ୪୦ଯାତ୍ରୀଙ୍କୁ ଖୋଜିବାର ଅଛି। ଆବଶ୍ୟକ ପଡ଼ିଲେ ଏହି ୪୦ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ନାଏଡୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯିବ।

Image result for maharashtra-pune-couple-test-positive-covid-19
Times of India

ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି। ପଞ୍ଜାବରେ ବି ଜଣେ କୋଭିଡ-୧୯ରେ ସଂକ୍ରମିତ ଥିବା ଜଣାପଡ଼ିଛି। ପଞ୍ଜାବରେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଏହି ମାରାତ୍ମକ କରୋନାଭାଇରସ୍‌ ଚିହ୍ନଟ ହୋଇଛି ସେ ଇଟାଲୀରୁ ଫେରିଥିଲେ। ଗତ ରବିବାରରୁ ଏ ଯାବତ୍ କରୋନାଭାଇରସ୍‌ର ୮ଟି ନୂଆ ସଂକ୍ରମଣ ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର