ମୁମ୍ବାଇ: ଆଗାମୀ ଦିନରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଏନେଇ ଅନେକ ଏଜେନ୍ସି ପକ୍ଷରୁ ସତର୍କତା ଜାରି କରାଯାଇଛି। ମହାରା‌ଷ୍ଟ୍ର ପୁଲିସ୍‌ ବର୍ଷା ହେତୁ ଲୋକଙ୍କୁ ବାହାରକୁ ନବାହାରିବାକୁ କହିଛି।

Advertisment

ଗୁରୁବାର ଏକ ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି ଯେ ଜୁଲାଇ ୨୬ ଏବଂ ୨୭ରେ କେନ୍ଦ୍ରୀୟ ମହାରାଷ୍ଟ୍ର, କୋଙ୍କଣ ଅଞ୍ଚଳ ତଥା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ  ପ୍ରବଳ ବର୍ଷା ହୋଇପାରେ।
ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ପାଣିପାଗ ସଂସ୍ଥା ମୁମ୍ବାଇ ଏବଂ ପୁଣେରେ ମ 'ରେଡ୍ ଆଲର୍ଟ' ଜାରି କରିଛି। ତେବେ ଶୁକ୍ରବାର ଦିନ ସମସ୍ତ ସ୍କୁଲ ଏବଂ କଲେଜ ଖୋଲା ରହିବ ବୋଲି ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କହିଛି।

"ବର୍ତ୍ତମାନ ମୁମ୍ବାଇରେ ପାଗ ଏବଂ ବର୍ଷା ସ୍ୱାଭାବିକ ରହିଛି, ଯାହା ଫଳରେ ମହାନଗରରେ ପରିସ୍ଥିତି ସ୍ବାଭାବିକ ରହିଛି। ଫଳସ୍ୱରୂପ, ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଞ୍ଚଳର ସମସ୍ତ ବିଦ୍ୟାଳୟ ଓ କଲେଜ ଆସନ୍ତାକାଲି, ଶୁକ୍ରବାର ଦିନ ଖୋଲା ରହିବ’’ ବୋଲି ଜୁଲାଇ ୨୬ ତାରିଖରେ ନାଗରିକ ସଂସ୍ଥା ପକ୍ଷରୁ ଏକ୍ସରେ ପୋଷ୍ଟ୍ କରାଯାଇଛି।

ଏହାପୂର୍ବରୁ ଗୁରୁବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ସହାୟତା ଯୋଗାଇବା ପାଇଁ ଏନଡିଆରଏଫ, ଏସଡିଆରଏଫ ୟୁନିଟ, ସେନା,ନୌସେନା, ପୁଲିସ, ଅଗ୍ନିଶମ ବାହିନୀ ଏବଂ ଡାକ୍ତରଙ୍କ ଟିମକୁ ସାରା ରାଜ୍ୟରେ ଏକାଠି କରାଯାଇଛି।