ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ଷଷ୍ଠ ଆସନ ପାଇଁ ଲଢ଼ିବାକୁ ବିଜେପି ଦୃଢ଼ପରିକର ଥିବା ବେଳେ ଘୋଡ଼ାବେପାର ଆଶଙ୍କା କରୁଛି ମହାବିକାଶ ଅଘାଡ଼ି (ଏମ୍ଭିଏ) ମେଣ୍ଟ। ଶିବସେନାର ଜନୈକ ବିଧାୟକ କହିଛନ୍ତି ଯେ, ଜୁନ୍ ୮ ତାରିଖରେ ସବୁ ବିଧାୟକଙ୍କୁ ଏକ ପଞ୍ଚତାରକା ହୋଟେଲରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ ଦଳର ହ୍ବିପ୍ ମାନିବାକୁ ପଡ଼ିବ। ଏମ୍ଭିଏ ମନ୍ତ୍ରୀମାନେ ଚାହାନ୍ତି ବିଜେପି ତାଙ୍କ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରୁ। ତା’ହେଲେ ବିନା ପ୍ରତିଦ୍ବନ୍ଦ୍ବିତାରେ ତାଙ୍କ ପ୍ରାର୍ଥୀ ଜିତିପାରିବେ। ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ରାଜ୍ୟସଭା ଆସନ ଲାଗି ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି। ଏହାପୂର୍ବରୁ ବିନା ପ୍ରତିଦ୍ବନ୍ଦ୍ବିତାରେ ରାଜ୍ୟସଭା ଏମ୍ପି ଚୟନ ହେଉଥିଲା। ବର୍ତ୍ତମାନ ସେନାର ୫୫, କଂଗ୍ରେସର ୪୪ ଏବଂ ଏନ୍ସିପିର ୫୪ ଜଣ ବିଧାୟକ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ଦୁଇଜଣ- ଅନିଲ ଦେଶମୁଖ ଓ ନୱାବ ମଲିକ ଜେଲରେ ଅଛନ୍ତି।
୨୦୧୯ରେ ରାଜ୍ୟରେ ଏମ୍ଭିଏ ସରକାର ଗଠନ ହେବା ସମୟରେ କଂଗ୍ରେସ, ଏନ୍ସିପି ଓ ଶିବସେନା ବିଧାୟକମାନଙ୍କୁ ଅଲଗା ଅଲଗା ପଞ୍ଚତାରକା ହୋଟେଲରେ ରଖାଯାଇଥିଲା। ଜଣେ ସେନା କର୍ମୀ କହିଛନ୍ତି, ଯେହେତୁ ନିର୍ବାଚନ ଜୁନ୍ ୧୦ ତାରିଖରେ ହେବାର ଅଛି, ତେଣୁ ସେନା ତଥା ମେଣ୍ଟ ଦଳର ବିଧାୟକମାନଙ୍କୁ ଦକ୍ଷିଣ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ୮ ତାରଖରେ ପହଞ୍ଚିବାକୁ କୁହାଯାଇଛି। ସବୁ ବିଧାୟକ ଏକାଠି ରହିଲେ ହିଁ ଘୋଡ଼ାବେପାର ରୋକିହେବ ବୋଲି ଶିବସେନା କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dgdagdagdagd654d654g56gd.jpg)