ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଘରଦା କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୪୦ରୁ ୫୦ଜଣ ଫ୍ୟାକ୍ଟ୍ରିି ଭିତରେ ଫସିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ମୁମ୍ବାଇ ପଠାଇଦିଆଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରି ଏବେ ଶୀତଳୀକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
/sambad/media/post_attachments/wp-content/uploads/2021/03/Capture-6.jpg)
ମିଳିଥିବା ସୂଚନା ମୁତାବକ, ଏହି ବିସ୍ଫୋରଣ ସକାଳ ୮.୩୦ ମିନିଟରେ ହୋଇଥିଲା। ଫ୍ୟାକ୍ଟ୍ରିିରେ ଥିବା ବଏଲରରେ କିଛି ଯାନ୍ତ୍ରିକ ତୃଟି କାରଣରୁ ଏଭଳି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଥିଲେ ବି ପ୍ରକୃତ ତଥ୍ୟ ମିଳିପାରି ନାହିଁ । ତେବେ ଏହା ପୂର୍ବରୁ ଅଗଷ୍ଟ ୨,୨୦୨୦ରେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏକ ଚିନି କାରଖାନାରେ ବଏଲର ବିସ୍ଫୋରଣ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/ସ-124.jpg)