ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୈତିକ ସଂକଟକୁ ଶିବସେନାର ବିଦ୍ରୋହୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ଜାରି ରହିଛି। ଏହି ଶୁଣାଣି ସମୟରେ ଆପଣମାନେ ପ୍ରଥମେ ହାଇକୋର୍ଟକୁ ଗଲେନାହିଁ କାହିଁକି ପ୍ରଶ୍ନ ସୁପ୍ରିମ୍ କୋର୍ଟ ପଚାରିବାରୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକମାନେ କହିଥିଲେ- ମୁମ୍ବାଇରେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି।
ଅବଶ୍ୟ ବିଦ୍ରୋହୀମାନଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ଓକିଲ ନୀରଜ କେ କୌଲ୍ ଏକଥା କହିଥିଲେ। ସୁପ୍ରିମ୍ କୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ, ଆମକୁ ଏବଂ ଆମ ପରିବାରକୁ ଧମକ ଦିଆଯାଉଥିବାରୁ ମୁମ୍ବାଇରେ ମାମଲା ରୁଜୁ କରିବା ପ୍ରତିକୂଳ ହେଲା। ରାଜ୍ୟ ଶାସନ କଳକୁ ଅମାନ୍ୟ କରି ସେମାନେ ଆମ ଘରଦ୍ବାର ଉପରେ ଆକ୍ରମଣ କରୁଛନ୍ତି। ଆସାମରୁ ଆମ ଶବ ଯିବ ବୋଲି ଧମକ ଦେଉଛନ୍ତି।
ବିଦ୍ରୋହ କରି ଶିବସେନାରୁ ଅଲଗା ହୋଇଯାଇଥିବା ବିଧାୟକମାନେ ସୁପ୍ରିମ୍ କୋର୍ଟରେ ଦୁଇଟି ପିଟିସନ୍ ଦାଖଲ କରିଛନ୍ତି। ଗୋଟିଏ ୧୬ଜଣ ବିଧାୟକଙ୍କୁ ଉପବାଚସ୍ପତି ନରହରି ଜିର୍ୱାଲ୍ ପଠାଇଥିବା ଆଯୋଗ୍ୟତା ନୋଟିସ୍ ଏବଂ ଆରଟି ବିଦ୍ରୋହୀ ବିଧାୟକମାନଙ୍କୁ ଶିବ ସୈନିକମାନେ ଦେଉଥିବା ଧମକ ପ୍ରସଙ୍ଗ।
ସିନ୍ଦେଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ, ଉପବାଚସ୍ପିତି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ।
‘ମହା ବିକାଶ ଅଘାଡ଼ି’ ତରଫରୁ ହାଜର ହୋଇ ବରିଷ୍ଠ ଆଡ୍ଭୋକେଟ୍ ଏ.ଏମ୍. ସଙ୍ଘୱି ଯୁକ୍ତି ଉପସ୍ଥାପନ କରି କହିଲେ, ମୁଁ ଏ ସଂକ୍ରାନ୍ତରେ କିଛି ତଥ୍ୟ ଉପସ୍ଥାପନ କରିବାକୁ ଚାହୁଁଛି ଯାହା ବାଚସ୍ପତି ଜାଣି ନ ଥାଇ ପାରନ୍ତି।
ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନାରେ ବିଦ୍ରୋହକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସଂପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଉପବାଚସ୍ପତି ଜାରି କରିଥିବା ନୋଟିସକୁ ଚାଲେଞ୍ଜ କରି ବିଦ୍ରୋହୀମାନେ ସର୍ବୋଚ୍ଚ ଅଦାଲତରେ ପିଟିସନ ଦାଖଲ କରିଛନ୍ତି। ଏହି ପ୍ରକିୟା ଉପରେ ରୋକ୍ ଲଗାଇବା ଲାଗି ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-201.jpg)