୨୦୨୧ରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ୨୪ଘଣ୍ଟାରେ ୧୬,୦୦୦ଜଣ ହେଲେ କରୋନା ସଂକ୍ରମିତ

ମୁମ୍ବାଇ: ଚିନ୍ତା ବଢ଼ାଇଲାଣି ମହାରାଷ୍ଟ୍ରର କରୋନା ସ୍ଥିତି। କମିବା ପରିବର୍ତ୍ତେ ହୁ ହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହଠାତ୍ ଏଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ପଛର କାରଣ ଜାଣିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଟିମକୁ ପଠାଉଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିବାର ନାଁ ନେଉ ନାହିଁ। ୨୦୨୧ରେ ପ୍ରଥମ ଥର ପାଇଁ ଆଜି ମହାରାଷ୍ଟ୍ରରେ ୨୪ଘଣ୍ଟାରେ ୧୬,୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଗତକାଲି ମହାରାଷ୍ଟ୍ରରେ ୨୪ଘଣ୍ଟାରେ ୧୫,୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ, ଯାହା ଦ୍ବିତୀୟ ସର୍ବାଧିକ ସଂଖ୍ୟା ଥିଲା।

ସୂଚନା ମୁତାବକ, ଆଜି ୮,୮୬୧ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ମହାରାଷ୍ଟ୍ରରେ ମୋଟ ସୁସ୍ଥ ସଂଖ୍ୟା ୨୧,୩୪,୦୭୨ରେ ପହଞ୍ଚିଛି। ୫,୮୩,୭୧୩ଜଣ ଏବେ ଘରୋଇ ସଙ୍ଗରୋଧରେ ଥିବା ବେଳେ ୫,୪୯୩ଜଣ ସରକାରୀ ସଙ୍ଗରୋଧରେ ରହିଛନ୍ତି। ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ୧,୭୫,୧୬,୮୮୫ ନମୁନା ପରୀକ୍ଷା କରିସାରିଛନ୍ତି।

Maharashtra reports over 10,000 new Covid-19 cases in nearly 5 months | Hindustan Times
Hindustan Times

ମହାରାଷ୍ଟ୍ରରେ ୧,୨୬,୨୩୧ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ମୁଖ୍ୟତଃ ପୁଣେ, ନାଶିକ୍, ଆଲୋକା, ବୁଲଧାନା ଏବଂ ଅମରାବତୀରୁ ଅଧିକ ସଂକ୍ରମିତ ରହିଛନ୍ତି। ଏନେଇ ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ଏହି ସବୁ ଅଞ୍ଚଳରେ ଲକଡାଉନ କରିବା ସହ କିଛିଟା ପ୍ରତିବନ୍ଧକ ଲଗାଇଛନ୍ତି।

ସମ୍ବନ୍ଧିତ ଖବର