ମହାରାଷ୍ଟ୍ର: ୮ କୋଟି ଟଙ୍କାର ନକଲି ନୋଟ୍‌ ଜବତ

ଥାନେ : ମହାରାଷ୍ଟ୍ର ପୁଲିସର ଥାନେ କ୍ରାଇମ୍‌ ବ୍ରାଞ୍ଚ ଆଜି ଏକ ନକଲି ନୋଟ୍‌ ରୢାକେଟ୍‌ର ପର୍ଦ୍ଦାଫାସ କରିଛି। ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ କୋଟି ଟଙ୍କାର ନକଲି‌ ନୋଟ୍‌ ଜବତ କରିଛି। ୩ଟି ବସ୍ତାରେ ଏହି ନକଲି ଦୁଇ ହଜାର ଟଙ୍କିଆ ନୋଟ୍‌ ରହିଥିଲା । ଏହି ରୢାକେଟ୍‌ ସଂପର୍କରେ ଦୁଇଦିନ ତଳେ ଖବର ମିଳିଥିବା ବେଳେ ଆଜିର ଚଢ଼ଉରେ କ୍ରଇମ୍‌ ବ୍ରାଞ୍ଚକୁ ସଫଳତା ମିଳିଛି । ଗିରଫ ଦୁଇ ଜଣ ହେଲେ ରାମ ଶର୍ମା ଏବଂ ରାଜେନ୍ଦ୍ର ରାଉତ। ଉଭୟ ପାଲଘର ବାସିନ୍ଦା ବୋଲି ଜଣାପଡ଼ିଛି । ସେମାନେ ଯୋଜନାବଦ୍ଧ ଭାବେ ଏହି ନକଲି ନୋଟ୍‌ ବଜାରକୁ ଛାଡ଼ିବା ପାଇଁ ଯୋଜନା କରିଥିଲେ। ମହାରାଷ୍ଟ୍ରରେ ହିଁ ଏହି ନୋଟ୍‌ ଛପାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର