ଘରୋଇ ବିମାନ ଉଡ଼ାଣକୁ ଅନୁମତି ଦେଲେ ମହାରାଷ୍ଟ୍ର ସରକାର: ଆସନ୍ତାକାଲିଠାରୁ ଚଳାଚଳ କରିବ ୨୫ଟି ବିମାନ

ମୁମ୍ବାଇ: ସୋମବାର ଠାରୁ ଦେଶରେ ଘରୋଇ ବିମାନ ସେବା ପୁନଃ ଆରମ୍ଭ କରିବା ପାଇଁ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ନିଷ୍ପତି ନେଇଥିବା ବେଳେ ଏହି ନିଷ୍ପତିରେ ପ୍ରଥମେ ରାଜି ନଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ | ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟକୁ ଅଧିକ ସମୟ ଆବଶ୍ୟକ ବୋଲି କିଛି ଘଣ୍ଟା ତଳେ କହିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। କିନ୍ତୁ ଏବେ ମହାରାଷ୍ଟ୍ର ସରକାର ୟୁ-ଟର୍ନ ନେଇଥିବା ଜଣା ପଡିଛି |

ଆସନ୍ତାକାଲି ମୁମ୍ବାଇ ବିମାନ ବନ୍ଦରକୁ ଏବଂ ବିମାନ ବନ୍ଦରରୁ ୨୫ଟି ବିମାନ ଚଳାଚଳ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ଆସନ୍ତାକାଲି ମୁମ୍ବାଇ ବିମାନବନ୍ଦରରେ ବିମାନ ଉଡ଼ାଣ ଭରିବା ସହ ଅବତରଣ କରି ପାରିବ | ପ୍ରଥମେ ୨୫ଟି ବିମାନ ଚଳାଚଳ ପାଇଁ ଅନୁମତି ଦିଆଯାଇଥିବା ନେଇ ରାଜ୍ୟମନ୍ତ୍ରୀ ନବାବ ମଲିକ ସୂଚନା ଦେଇଛନ୍ତି |

Lockdown 4.0: Centre Calls Meet Today to Discuss SOPs For Domestic ...
India.com

କିଛି ସମୟ ତଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ମୁଁ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସହ କଥା ହୋଇ ତାଙ୍କୁ କହିଲି ଯେ, ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅଧିକ ସମୟ ଦରକାର। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ଯୋଜନା ଏବଂ ବିମାନ ବନ୍ଦର କାର୍ଯ୍ୟକୁ ସୁଧାରିବା ପର୍ଯ୍ୟନ୍ତ ବିମାନ ଚଳାଚଳ ମନ୍ତ୍ରାଳୟ ମହାରାଷ୍ଟ୍ରରୁ ମେ ୨୫ରୁ ସର୍ବନିମ୍ନ ସମ୍ଭାବ୍ୟ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବା ଉଚିତ | ଅନେକ ଆଲୋଚନା ପରେ ଏବେ ୨୫ଟି ବିମାନ ଉଡ଼ାଣକୁ ଅନୁମତି ଦେଇଛନ୍ତି ମହାରାଷ୍ଟ୍ର ସରକାର |

ସମ୍ବନ୍ଧିତ ଖବର