ମୁମ୍ବାଇ: ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ମୁସଲିମ୍ ଛାତ୍ର-ଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଯୋଜନା ଆଣିବାକୁ ଯାଉଛନ୍ତି। ଖୁବ୍ ଶୀଘ୍ର ମହାରାଷ୍ଟ୍ରରେ ମୁସଲିମ୍ ଛାତ୍ର-ଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ୫ପ୍ରତିଶତ ସଂରକ୍ଷଣ ଦିଆଯିବା ନେଇ ଯୋଜନା କରୁଛି ଏମଭିଏ। ସରକାର। ସ୍କୁଲ ଏବଂ କଲେଜରେ ପଢ଼ୁଥିବା ମୁସଲିମ୍ ଛାତ୍ର-ଛାତ୍ରୀମାନଙ୍କୁ ଏହି ସୁବିଧା ଦେବାକୁ ଯାଉଛନ୍ତି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର।

Advertisment

ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ନବାବ୍ ମଲିକ୍ ଶୁକ୍ରବାର ଏହି ସୂଚନା ଦେଇ କହିଛନ୍ତି କି, ମହାରାଷ୍ଟ୍ର ସରକାର ଖୁବ୍ ଶୀଘ୍ର ସ୍କୁଲ ଏବଂ କଲେଜରେ ପଢ଼ୁଥିବା ମୁସଲିମ୍ ଛାତ୍ର-ଛାତ୍ରୀମାନଙ୍କୁ ୫ପ୍ରତିଶତ ସଂରକ୍ଷଣ ଦେବା ଲାଗି ବିଲ୍ ଆଣିବାକୁ ଯାଉଛନ୍ତି। ଦୀର୍ଘ ସମୟ ଧରି ଏହି ସୁବିଧା ଉପରେ ଆଲୋଚନା ଚାଲୁଥିଲେ ମଧ୍ୟ ଏ ନେଇ ବିଧାନସଭାରେ ବିଲ ପାସ୍ କରାଯାଇ ପାରିନାହିଁ। କିନ୍ତୁ ମହାରାଷ୍ଟ୍ର ସରକାର କିଛି ଦିନ ମଧ୍ୟରେ ବିଧାନସଭାରେ ଏହି ବିଲ୍ ପାସ କରାଇ ପାରିବେ ବୋଲି ଆଶା କରାଯାଉଥିବା କହିଛନ୍ତି ନବାବ୍ ମଲିକ୍।

maharashtra uddhav thackeray government to provide 5 percent quota to muslims in education oneindia.com

ଏହା ସହ ସେ କହିଛନ୍ତି, ହାଇକୋର୍ଟ ଏ ନେଇ ଆଦେଶ ଦେଇ ସାରିଥିଲେ ମଧ୍ୟ ପୂର୍ବରୁ କ୍ଷମତାରେ ଥିବା ସରକାର ଏ ବିଷୟକୁ ନେଇ କୌଣସି ନିଷ୍ପତ୍ତି ନେଇ ନଥିଲେ। କିନ୍ତୁ ଆମ ସରକାର ହାଇ‌କୋର୍ଟଙ୍କ ଆଦେଶକୁ ପାଳନ କରିବା ସହ ବିଧାନସଭାରେ ଏହି ବିଲ୍ ପାସ କରାଇବ ବୋଲି ଘୋଷଣା କରିଛି।