ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲା ୮୦ ହଜାର ଟପିଯାଇଛି। ମୋଟ୍ ସଂକ୍ରମଣ ମାମଲା ଆଜି ମହାରାଷ୍ଟ୍ରରେ ୮୦ ହଜାର ୨୨୯ରେ ପହଞ୍ଚିଥିବା ବେଳେ ୨,୮୯୪ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ମହାରାଷ୍ଟ୍ରରେ ଆଉ କିଛି ଦିନ ମଧ୍ୟରେ ସଂକ୍ରମଣ ମାମଲାରେ ଚୀନକୁ ମଧ୍ୟ ଟପିଯିବ। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୩୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୨,୮୯୪ରେ ପହଞ୍ଚିଛି। ତେବେ ଗତ କିଛି ଦିନ ଧରି ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ମାମଲା ବଢ଼ି ଚାଲିଛି। ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ମହାରାଷ୍ଟ୍ରରେ ୩୫ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ସାରିଛନ୍ତି।
ରାଜ୍ୟରେ ମୋଟ୍ ସଂକ୍ରମଣ ମାମଲାରୁ କେବଳ ମୁମ୍ବାଇରେ ୪୬ ହଜାର ୮୦ ଜଣ ସଂକ୍ରମିତ ହୋଇଛନ୍ତି। ସହରରେ ସକ୍ରିୟ ମାମଲା ୨୬ ହଜାର ୭୬୮ ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୫୧୯ ରହିଛି। ମୁମ୍ବାଇର ସବୁଠୁ ବଡ଼ ବସ୍ତି ଧାରାବିରେ ଏବେ ମୋଟ୍ ସଂକ୍ରମଣ ମାମଲା ୧୮୮୯ରେ ପହଞ୍ଚିଛି। ମହାରାଷ୍ଟ୍ର ପରେ ତାମିଲନାଡ଼ୁରେ ୨୮ ହଜାରରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ୨୦୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/corona-delhi.jpg)