ମୁମ୍ବାଇ: ଦେଶରେ କମିଛି କରୋନା ସଂକ୍ରମଣ। କିଛି ଦିନ ହେଲାଣି ସଂକ୍ରମଣ କମ ହେଉଥିବା ଦେଖି ଏବେ ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨ରୁ ମହାରାଷ୍ଟ୍ରରୁ ସମସ୍ତଙ୍କ କରୋନା କଟକଣା ହଟିବ ବୋଲି ଘୋଷଣା କରିଛନ୍ତି ସରକାର। ଏନେଇ ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି।
ତେବେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା ଏବଂ ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ କରୋନା ଟିକାର ଦୁଇଟି ଡୋଜ ନେଇଥିବା ଜରୁରୀ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା କଟକଣା ପ୍ରତ୍ୟାହାର କରାଗଲା କିନ୍ତୁ ଏହାର ଅର୍ଥ ନୁହେଁ ଯେ ଲୋକମାନେ ସତର୍କତା ଅବଲମ୍ବନ କରିବେ ନାହିଁ। ସଂକ୍ରମଣକୁ ପୁଣି ଥରେ ବୃଦ୍ଧି ହେବାରୁ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ଦେଖିବାକୁ ଗଲେ ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୨୨୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୮ ମୃତ୍ୟୁ ରେକର୍ଡ କରାଯାଇଛି।୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୨୨୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୨୩,୨୧୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୧,୧୨୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୫୯୪ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୪,୮୯,୦୦୪।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ସ-248.jpg)