ମୁମ୍ବାଇ: କଂଗ୍ରେସର ଫୋନ୍ ଟ୍ୟାପିଂ କରିଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସର ମହାନିର୍ଦ୍ଦେଶକ ଥିବା ରଶ୍ମୀ ଶୁକ୍ଲାଙ୍କୁ ନିର୍ବାଚନ ଆୟୋଗ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନଭେମ୍ବର ୫ ସୁଦ୍ଧା ମହାରାଷ୍ଟ୍ରର ନୂତନ ଡିଜିପି ନିଯୁକ୍ତି ପାଇଁ ତିନିଜଣ ଆଇପିଏସ୍ ଅଧିକାରୀଙ୍କର ଏକ ପ୍ୟାନେଲ୍ ପଠାଇବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ଅକ୍ଟୋବର ୩୧ ତାରିଖରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ଚିଠି ଲେଖି ତାଙ୍କୁ ରଶ୍ମୀ ଶୁକ୍ଳାଙ୍କୁ ତାଙ୍କ ପଦରୁ ହଟାଇବାକୁ ଅନୁରୋଧ କରିଥିଲେ। ଏହାସହିତ କଂଗ୍ରେସ, ଶିବସେନା (ୟୁବିଟି), ଏନସିପି (ଏସପି) ସମେତ ରାଜ୍ୟରେ ବିରୋଧୀ ଦଳଙ୍କ ବିରୋଧରେ ଏକ ସ୍ପଷ୍ଟ ପକ୍ଷପାତିତା ପ୍ରଦର୍ଶନ କରିଥିବା ଅଭିଯୋଗ କରିଥିଲେ।
ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଗତ କିଛି ଦିନ ହେବ ବିରୋଧୀଦଳ ନେତାଙ୍କ ବିରୋଧରେ ରାଜ୍ୟରେ ଅନେକ ରାଜନୈତିକ ହିଂସା ଘଟିଥିଲା। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଝାରଖଣ୍ଡର ଡିଜିପିଙ୍କୁ ତୁରନ୍ତ ହଟାଇ ଦିଆଯାଇଥିବା ବେଳେ ମହାରାଷ୍ଟ୍ର ଡିଜିପିଙ୍କୁ ଏଥିରୁ ବାଦ୍ ପଡ଼ିଛନ୍ତି ବୋଲି ପାଟୋଲ ଅଭିଯୋଗ ଆଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/04/NkdaR1EgkiMAgdyXIVeB.jpg)