ଔରଙ୍ଗାବାଦ: ଆମ୍ବେଦକରଙ୍କ ନାଁ’ ପୂର୍ବରୁ ‘ମହାରାଜ’ କହି ସମ୍ବୋଧନ କରିଥିବାରୁ ଶୁକ୍ରବାର ସନ୍ଧ୍ୟା ବେଳେ ଡକ୍ଟର ବାବାସାହେବ ଆମ୍ବେଦକର ମରାଠାଓ୍ଵାଡ଼ା ବିଶ୍ୱବିଦ୍ୟାଳୟର କାର୍ଯ୍ୟ ନିର୍ବାହୀ ରେଜିଷ୍ଟ୍ରାର୍ ସାଧନା ପାଣ୍ଡେଙ୍କୁ ଭାଇସ୍-ଚାନ୍ସେଲର୍ ନିଲମ୍ବିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟଙ୍କ ବୈଠକରେ ଭାଇସ୍-ଚାନ୍ସେଲର୍ ବି ଏ ଚୋପାଡ଼େ ପାଣ୍ଡେଙ୍କ ନିଲମ୍ବନ କଥା ଘୋଷଣା କରିଛନ୍ତି।
ପରିଚାଳନା ପରିଷଦ୍ର ନିର୍ବାଚନ ସକାଶ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ।
ବୈଠକରେ କହିବା ବେଳେ ପାଣ୍ଡେ ଆମ୍ବେଦକରଙ୍କ ନାମ ପୂର୍ବରୁ ‘ମହାରାଜ’ ବୋଲି କହିଥିଲେ।
ମନ୍ଦ ଉଦ୍ଦେଶ୍ୟରେ ଆମ୍ବେଦକରଙ୍କ ନାମ ପୂର୍ବରୁ ଏଭଳି କୁହା ଗଲା ବୋଲି ସିନେଟ୍ ସଦସ୍ୟମାନେ ଅଭିଯୋଗ କରିଥିଲେ। ପାଣ୍ଡେ ଦକ୍ଷିଣପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ବୋଲି ମଧ୍ୟ ସେମାନେ ଦାବି କରି ଥିଲେ। କାର୍ଯ୍ୟ ନିର୍ବାହୀ ରେଜିଷ୍ଟ୍ରାର୍ ପାଣ୍ଡେଙ୍କୁ ନିଲମ୍ବିତ କରିବାକୁ ସେମାନେ ଅଡ଼ି ବସିବା ପରେ ଭାଇସ୍-ଚାନ୍ସେଲର୍ ପାଣ୍ଡେଙ୍କୁ ସଭା ଛାଡ଼ି ଚାଲି ଯିବାକୁ ନିର୍ଦେଶ ଦେଇ ଥିଲେ।