ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ବିଜେପିରେ ଯୋଗଦେଲେ ଏନ୍‌ସିପି, କଂଗ୍ରେସ ନେତା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଶକ୍ତ ଧକ୍କା ଲାଗିଛି। ଆଜି ଏନ୍‌ସିପି ନେତ୍ରୀ ନମିତା ମୁଣ୍ଡାଡା, ‘ବଞ୍ଚିତ ବହୁଜନ ଅଗାଦି’ (ଭିବିଏ) ନେତା ଗୋପୀଚାନ୍ଦ ପଦଲ୍‌କର ଏବଂ କଂଗ୍ରେସ ବିଧାୟକ କାଶୀରାମ ପାୱା‌ରା ନିଜ ନିଜ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ଭିବିଏ ନେତା ଗୋପୀଚାନ୍ଦ ଗତ ସାଧାରଣ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ମାତ୍ର ସେ ଜଣେ ଉତ୍ତମ ସଂଗଠକ ଭାବେ ମହରାଷ୍ଟ୍ର ରାଜନୀତିରେ ଜଣାଶୁଣା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ଆଜି ଭିବିଏ ନେତା ଗୋପୀଚାନ୍ଦ ଏବଂ କାଶୀରାମ ବି‌ଜେପିରେ ସାମିଲ ହୋଇଥିଲେ। ସେହିଭଳି ଏନ୍‌ସିପି ନେତ୍ରୀ ନମିତା ମୁଣ୍ଡାଡା ଆଜି ବିଦ୍‌ ଜିଲ୍ଲାରେ ଲୋକସଭା ସଦସ୍ୟ ପ୍ରୀତମ୍‌ ମୁଣ୍ଡେ ଏବଂ ରାଜ୍ୟ ମନ୍ତ୍ରୀ ପଙ୍କଜ ମୁଣ୍ଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଭିବିଏ ନେତା ଗୋପୀଚାନ୍ଦ ବିଜେପିରେ ଯୋଗ ଦେବା ଫଳରେ ବିଜେପି ଶକ୍ତିଶାଳୀ ହେବ ବୋଲି ଫଡ଼ନାଭିସ କହିଛନ୍ତି।

ସମ୍ବନ୍ଧିତ ଖବର