ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସକୁ ଶକ୍ତ ଝଟ୍କା ଲାଗିଛି। ଦଳର ଟାଣୁଆ ନେତା ରାଧାକୃଷ୍ଣ ଭିକେ ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହରିଭାଉ ବଗଡ଼େଙ୍କୁ ପାଟିଲ୍ ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି। ଗତ ମାର୍ଚ୍ଚରେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଭିକେ ପାଟିଲ୍ ବିଧାୟକ ଭାବେ ଇସ୍ତଫା ଦେବାପରେ ସେ ଖୁବ୍ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗକୁ ମହାରାଷ୍ଟ୍ର କ୍ୟାବିନେଟ୍ ସମ୍ପ୍ରସାରଣ ହେବାକୁ ଥିବାରୁ ଏଥିରେ ପାଟିଲ ସ୍ଥାନ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ମହାରାଷ୍ଟ୍ର କଂଗ୍ରେସକୁ ଝଟ୍କା:ବରିଷ୍ଠ ନେତା ଭିକେ ପାଟିଲ୍ଙ୍କ ଇସ୍ତଫା
ବିଜେପିରେ ଯୋଗ ଦେଇପାରନ୍ତି
/sambad/media/post_attachments/wp-content/uploads/2019/06/vikhe-patil-resigns.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)