ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ଲକ୍ଷ ଟପିଲା

ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦ ଲକ୍ଷ ଟପିଯାଇଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଆଜି କରୋନା ସଂକ୍ରମିତ ସଂଖ୍ୟା ୫ ଲକ୍ଷ ଟପିଯାଇଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ରେକର୍ଡ ୧୨୮୨୨ ଟି ନୂଆ ସଂକ୍ରମଣ ମାମଲା ଦେଖାଦେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୩ ହଜାର ୮୪ରେ ପହଞ୍ଚିଛି । ସେହିପରି ଗୋଟିଏ ଦିନରେ ୨୭୫ ଜଣ ଲୋକ ମୃତ୍ୟୁବରଣ କରିବା ପରେ ମୋଟ ମୃତ୍ୟୁସଂଖ୍ୟା ୧୭୩୬୭ରେ ପହଞ୍ଚିଛି ।

ମହାରାଷ୍ଟ୍ର ତଳକୁ ରହିଛନ୍ତି ତାମିଲନାଡ଼ୁ ଓଦିଲ୍ଲୀ । ତାମିଲନାଡ଼ୁରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୮୫ ହଜାର ଟପିଯାଇଥିବାବେଳେ ଦିଲ୍ଲୀରେ ୧ ଲକ୍ଷ ୪୨ ହଜାରରେ ପହଞ୍ଚିଛି । ସାରା ଦେଶରେ ଶନିବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୨୦ ଲକ୍ଷ ୮୮ ହଜାରରେ ପହଞ୍ଚିଛି । ଗୋଟିଏ ଦିନରେ ଦେଶରେ ୬୧ ୫୩୭ଟି ମାମଲା ଦେଖାଦେଇଛି । ଏହା ମଧ୍ୟରୁ ୬୧୯୦୮୮ ଟି ସକ୍ରିୟ ମାମଲା ଥିବାବେଳେ ମୃତ୍ୟୁସଂଖ୍ୟା ୪୨୫୧୮ରେ ପହଞ୍ଚିଛି ଓ ୧୪୨୭୦୦୫ ଜଣ ସୁସ୍ଥ ହୋଇଛନ୍ତି ।

ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୧୯ ନିୟୁତ ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୭ ଲକ୍ଷ ୨୫ ହଜାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର