ମୁମ୍ବାଇ : ଗତ ସପ୍ତାହରେ ମହାରାଷ୍ଟ୍ରରେ ତିୱାଡ଼େ ଡ୍ୟାମ୍ ଭୁଶୁଡ଼ି ୨୩ ଜଣ ନିଖୋଜ ହୋଇ ଯାଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ତେବେ ଏହି ଡ୍ୟାମ୍ ଭୁଶୁଡ଼ିବା ମାମଲାରେ ମହାରାଷ୍ଟ୍ର ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜୀ ସାୱନ୍ତ ଏକ ବିବାଦୀୟ ବୟାନ ଦେଇଥିଲେ। ଡ୍ୟାମ୍ ଭୁଶୁଡ଼ିବାପାଇଁ କଙ୍କଡ଼ା ଦାୟୀ ବୋଲି ମନ୍ତ୍ରୀ କହିବାପରେ ଏଥିପାଇଁ ଏନ୍ସିପି କର୍ମୀମାନେ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ। ଆଜି ବହୁ ସଂଖ୍ୟାରେ ଏନ୍ସିପି କର୍ମୀ ତାନାଜିଙ୍କ ବାସଭବନ ବାହାରେ ଆନ୍ଦୋଳନ କରିବା ସହ ତାଙ୍କ ଘରକୁ କଙ୍କଡ଼ା ଫୋପାଡ଼ିଥିଲେ। ପୂର୍ବରୁ ମଧ୍ୟ ଏନ୍ସିପି କର୍ମୀମାନେ କୋହ୍ଲାପୁରର ଶାହୁପୁରି ଥାନାକୁ କିଛି କଙ୍କଡ଼ା ନେଇ ଯାଇଥିଲେ ଏବଂ କଙ୍କଡ଼ାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବାପାଇଁ କହିଥିଲେ।
ମହାରାଷ୍ଟ୍ର ଡ୍ୟାମ୍ ଭୁଶୁଡ଼ିବା ମାମଲା,ମନ୍ତ୍ରୀଙ୍କ ଘରକୁ କଙ୍କଡ଼ା ଫୋପାଡ଼ିଲେ
/sambad/media/post_attachments/wp-content/uploads/2019/07/dam-collapsed.jpg)