ମହାରାଷ୍ଟ୍ର ନିର୍ବାଚନ: କଂଗ୍ରେସ ଜାରି କଲା ୫୧ ପ୍ରାର୍ଥୀଙ୍କ ତାଲିକା

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ସନ୍ଧ୍ୟାରେ ୫୧ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ ଭୋକର୍‌ ଆସନରୁ ଟିକଟ ମିଳିଛି। ଅନ୍ୟପକ୍ଷରେ ନୀତିନ ରାଉତଙ୍କୁ ନାଗପୁର ଉତ୍ତର ଏବଂ ପୂର୍ବ ଗୃହମନ୍ତ୍ରୀ ସୁଶିଲ କୁମାର ସିନ୍ଧେଙ୍କ ଝିଅ ପରିଣିତୀ ସିନ୍ଧେଙ୍କୁ ସୋଲାପୁର ସେଣ୍ଟ୍ରାଲରୁ ପ୍ରାର୍ଥୀ କରାଯାଇଛି। ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନ୍‌ସିପି ମଧ୍ୟରେ ମେଣ୍ଟ ହୋଇଛି। ଉଭୟ ଦଳ ୧୨୫ ଲେଖାଏଁ ଆସନରେ ନିର୍ବାଚନ ଲଢ଼ୁଛନ୍ତି। ଆସନ୍ତାକାଲି ବିଜେପି-ଶିବସେନା ମେଣ୍ଟ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ସ୍ଥିତି ଘୋଷଣା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର