ଆଗକୁ ମହାରାଷ୍ଟ୍ର ନିର୍ବାଚନ: ପାଳି ଅନୁଯାୟୀ ମୁଖ୍ୟମନ୍ତ୍ରୀ ରହିବାକୁ ଶିବସେନାର ପ୍ରସ୍ତାବ

ନୂଆଦିଲ୍ଲୀ : ଆ‌ଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବାବେଳେ ବିଜେପିର ମେଣ୍ଟ ସହଯୋଗୀ ଶିବସେନା ଏବେଠାରୁ ଏହାର ପ୍ରସ୍ତାବ ଉପସ୍ଥାପନ କରିଛି। ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଏବଂ ଶିବସେନା ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ହୋଇ ସାରିଥିବା ଶିବସେନାର ଯୁବସେନା ସଚିବ ବରୁଣ ସରଦେସାଇ ଆଜି ଦାବି କରିଛନ୍ତି । ‌ସେ କହିଛନ୍ତି ଯେ ଭଭୟ ବିଜେପି ଏବଂ ଶିବସେନାରୁ ପାଳି ଅନୁଯା‌ୟୀ ଅଢ଼େଇ ବର୍ଷ ଲେଖାଏଁ ଜଣେ ଜଣେ ମୁଖ୍ୟମନ୍ତ୍ରୀ ରହିବେ। ଏନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କଠାରୁ ମଧ୍ୟ ସ୍ବୀକୃତି ମିଳି ସାରିଛି ବୋଲି ସେ ଦାବି କରିଛନ୍ତି। ଉଦ୍ଧବ ଥାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନାର ଯୁବଶାଖା ହେଉଛି ଯୁବସେନା।

ସମ୍ବନ୍ଧିତ ଖବର