ମହାରାଷ୍ଟ୍ରରେ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରିଲେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବାପରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଚାଷୀଙ୍କୁ ଖୁସି କରିବାଭଳି ଏକ ଘୋଷଣା କରିଛନ୍ତି। ଗତକାଲି ସେ କହିଛନ୍ତି ଯେ ଚାଷୀଙ୍କୁ ଯଥାଶୀଘ୍ର ଆର୍ଥିକ ସହାୟତା ଦିଆଯିବ।
ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଘୋଷଣା ଅନୁଯାୟୀ ଚାଷୀଙ୍କୁ ଖରିଫ ପସଲ ପାଇଁ ୨ ହେକ୍ଟର ପର୍ଯ୍ୟନ୍ତ ସହାୟତା ମିଳିବ । ଚାଷୀମାନେ ହେକ୍ଟର ପିଛା ୮ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ। ସେହିଭଳି ଉଦ୍ୟାନ ଫସଲ ଉଜୁଡିଯାଇଥିଲେ ୨ ହେକ୍ଟର ପାଇଁ ସହାୟତା ମିଳିବ । ଏଥିପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିବ ବୋଲି ସେ ସୂଚନା ଦେଇଛନ୍ତି ।ଖାଲି ସେତିକି ନୁହେଁ,ପ୍ରଭାବିତ ଚାଷୀଙ୍କ ପାଠପଢ଼ା ପିଲାଙ୍କ ଫି ଛାଡ଼ ମଧ୍ୟ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି ।

image source-jansatta

ସୂଚନାଯୋଗ୍ୟ ପୂର୍ବରୁ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ ନଭେମ୍ବର ୨ତାରିଖରେ ବର୍ଷାରେ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତିକୁ ଆଖିରେ ରଖି ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଭାବେ ୧୦ ହଜାର କୋଟି ଟଙ୍କା ମଂଜୁର କରିଥିଲେ ।

ସମ୍ବନ୍ଧିତ ଖବର