ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ହେବାର ଆଶା ଦେଖାଦେଇଛି । ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଜଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି ଓ ଆସନ୍ତା ୧୧ ତାରିଖ ଅର୍ଥାତ ସୋମବାର ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ତାଙ୍କୁ କୁହାଯାଇଛି ।
ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ମଧ୍ୟରୁ ବିଜେପିର ୧୦୫ ଜଣ ସଦସ୍ୟ ଅଛନ୍ତି । ସରକାର ଗଢିବା ପାଇଁ ବିଜେପିକୁ ଆଉ ୪୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ସ୍ୱାଧୀନ ଓ ଛୋଟ ଛୋଟ ଦଳମାନଙ୍କ ମଧ୍ୟରୁ ୧୫ ଜଣ ବିଜେପିକୁ ସମର୍ଥନ କରୁଛନ୍ତି । ଏଣୁ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ବିଜେପିକୁ ଆଉ ୨୫ ଜଣଙ୍କ ସମର୍ଥନ ଆବଶ୍ୟକ ପଡିବ ।
ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ମଧ୍ୟରୁ ବିଜେପିର ୧୦୫ ଜଣ ସଦସ୍ୟ ଅଛନ୍ତି । ସରକାର ଗଢିବା ପାଇଁ ବିଜେପିକୁ ଆଉ ୪୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ସ୍ୱାଧୀନ ଓ ଛୋଟ ଛୋଟ ଦଳମାନଙ୍କ ମଧ୍ୟରୁ ୧୫ ଜଣ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି । ଏଣୁ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ବିଜେପିକୁ ଆଉ ୨୫ ଜଣଙ୍କ ସମର୍ଥନ ଆବଶ୍ୟକ ପଡିବ ।
ଗତକାଲି ଦେବେନ୍ଦ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଜି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହୋଇଛି । ସମ୍ବିଧାନ ଅନୁସାରେ ଏହି ତାରିଖ ପୂର୍ବରୁ ନୂଆ ବିଧାନସଭା ଗଠିତ ହେବା କଥା । କିନ୍ତୁ ନୂଆ ସରକାର ଗଠନ ହୋଇନପାରିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ ।