ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ : ଫଡନବୀଶଙ୍କ ଗଡ଼ରେ ବିଜେପିକୁ ଝଟକା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ପରିଷଦ ଆସନ ନିର୍ବାଚନରେ ବିଜେପିକୁ ଝଟକା ଲାଗିଛି । ନାଗପୁର ଡିଭିଜନ ଟିଚର୍ସ ଆସନରେ ବିରୋଧୀ ମହା ବିକାଶ ଅଘାଦି (ଏମଭିଏ) ମେଣ୍ଟର ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ଏହା ଦ୍ବାରା ବିଜେପିକୁ ଏକ ଝଟକା ଦେଇଛି, କାରଣ ନାଗପୁର ହେଉଛି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଗଡ଼ ଭାବେ ଜଣାଶୁଣା । ପୁଣି ନାଗପୁରରେ ରହିଛି ସଂଘର ମୁଖ୍ୟାଳୟ । ଏମଭିଏର ସୁଧାକର ଆଦଓ୍ବାଲେ ବିଜେପି ପ୍ରାର୍ଥୀ ନାଗୋରାଓ ଗନରଙ୍କୁ ହରାଇଛନ୍ତି ।

ତେବେ ଏହି ନିର୍ବାଚନରେ ବିଜେପି ପାଇଁ ସାନ୍ତ୍ବନାର ବିଷୟ ହେଉଛି ଯେ ଦଳ କୋଙ୍କଣ ଆସନରେ ବିଜୟ ଲାଭ କରିଛି । ଦଳୀୟ ପ୍ରାର୍ଥା ଜ୍ଞାନେଶ୍ବର ମାତ୍ରେ ଏମଭିଏ ପ୍ରାର୍ଥୀଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛ୍ତି ।

ମହାରାଷ୍ଟ୍ର ବିଧାନସଭାର ଉଚ୍ଚ ସଦନର ଦ୍ୱିବାର୍ଷିକ ନିର୍ବାଚନ ମୁଖ୍ୟତଃ ବିଜେପି ଏବଂ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଶାସକ ମେଣ୍ଟ ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ଶିବିର, କଂଗ୍ରେସ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଏମଭିଏ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ଥିଲା।

ସମ୍ବନ୍ଧିତ ଖବର