ମହାରାଷ୍ଟ୍ରରେ ମାଓ ଏନ୍‌କାଉଣ୍ଟର:ସିଆର୍‌ପିଏଫ୍‌ ଯବାନ ସହିଦ, ୨ ଗୁରୁତର

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଗ୍ୟାରାପତ୍ତି ଅଞ୍ଚଳ ନିକଟ ଧନୋରା ଗ୍ରାମରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଧନେରା ଗାଁରେ ପୁଲିସ୍‌ ଏବଂ ସିଆର୍‌ପିଏଫ୍‌ର ମିଳିତ ଖାନ୍‌ତଲାସ ବେଳେ ଲୁଚିଥିବା ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଏଥିରେ ଗୁଳିରେ ସିଆର୍‌ପିଏଫ୍‌ କନଷ୍ଟେବଳ ମଞ୍ଜୁନାଥ ଜକ୍କନାଭର ସହିଦ ହୋଇଥିଲେ। ଅପରପକ୍ଷେ, ଯବାନମାନଙ୍କ ପାଲଟା ଗୁଳରେ କିଛି ମାଓବାଦୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର