ଚଳିତ ସପ୍ତାହ ଶେଷସୁଦ୍ଧା ମହାରାଷ୍ଟ୍ର ବିଧାନସଭାରେ ହୋଇପାରେ ଆସ୍ଥାଭୋଟ : ରିପୋର୍ଟ

ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ଅଚଳାବସ୍ଥା ଜାରି ରହିଛି । ତେବେ ଖୁବଶୀଘ୍ର ଗୌହାଟୀରେ ରହୁଥିବା ଏକନାଥ ସିନ୍ଦେ ଶିବିରର ଦୁଇଜଣ ବିଧାୟକ ମୁମ୍ବାଇ ଆସି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟିବାର ସମ୍ଭାବନା ରହିଛି । ସେମାନେ ରାଜ୍ୟପାଳଙ୍କୁ ଭେଟି ଉଦ୍ଧବ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାର ସମ୍ଭାବନା ରହିଛି । ଏହା ପରେ ରାଜ୍ୟପାଳ ଚଳିତ ସପ୍ତାହ ଶେଷ ସୁଦ୍ଧା ଆସ୍ଥାଭୋଟ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଏହି ଅଚଳାବସ୍ଥା ମଧ୍ୟରେ ସିନ୍ଦେ ଶିବିରର ଆକାର ବଢିଚାଲିଛି । ଆଉ ଜଣେ ଶିବସେନା ବିଧାୟକ ରାହୁଲ ପାଟିଲ ମଧ୍ୟ ସିନ୍ଦେ ଶିବିରରେ ଯୋଗ ଦେବାର ସମ୍ଭାବନା ରହିଛି ।

ଅନ୍ୟଏକ ସୂଚନା ଅନୁସାରେ ସିନ୍ଦେ ଗୋଷ୍ଠୀ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ସମର୍ଥନ କରିପାରେ । ବିଜେପି ପକ୍ଷରୁ ଆଜି ନିଜ କୋର କମିଟିର ଏକ ବୈଠକ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ରାଜ୍ୟର ରାଜନୈତିକ ସ୍ଥିତି ଓ ବିଜେପିର ପରବର୍ତ୍ତୀ ଆଭିମୁଖ୍ୟ ସଂପର୍କରେ ଏଥିରେ ଆଲୋଚନା ହୋଇଥିଲା ।

ଆଜି ସୁପ୍ରିମକୋର୍ଟ ସିନ୍ଦେ ଶିବିରକୁ ସାମୟିକ ଆଶ୍ବସ୍ତି ପ୍ରଦାନ କରି ସେମାନଙ୍କୁ ମହାରାଷ୍ଟ୍ର ଉପବାଚସ୍ପତି ଦେଇଥିବା ଅଯୋଗ୍ୟ ନୋଟିସର ଜବାବ ଦେବାକୁ ଜୁଲାଇ ୧୧ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।

 

 

ସମ୍ବନ୍ଧିତ ଖବର